ଫେବ୍ରୁଆରିରେ ଆମଦାନି, ରପ୍ତାନି ହ୍ରାସ

ନୂଆଦିଲ୍ଲୀ : ଫେବ୍ରୁଆରିରେ ଦେଶର ଉଭୟ ଆମଦାନି ଓ ରପ୍ତାନିରେ ୮ ପ୍ରତିଶତରୁ ଅଧିକ ହ୍ରାସ ଘଟିଛି। ସାମଗ୍ରୀ ରପ୍ତାନି ୮.୮ ପ୍ରତିଶତ ହ୍ରାସ ପାଇ ୩୩୮୮ କୋଟି ଡଲାର ହୋଇଛି। ସେହି ସମୟରେ ଆମଦାନି ୮.୨ ପ୍ରତିଶତ ହ୍ରାସ ପାଇ ୫୧୩୧ କୋଟି ଟଙ୍କା ହୋଇଛି। ଫଳରେ ୧୭୪୩ କୋଟି ଟଙ୍କାର ବାଣିଜ୍ୟ ନିଅଣ୍ଟ ସୃଷ୍ଟି ହୋଇଛି। ଆମଦାନିକୁ ହ୍ରାସ କରିବା ଉପରେ ସରକାର ଅଧିକ ଧ୍ୟାନ ଦେଉଛନ୍ତି ବୋଲି ବାଣିଜ୍ୟ ସଚିବ ସୁନିଲ୍‌ ବଥ୍‌ୱାଲ୍‌ କହିଛନ୍ତି। ସେ କହିଛନ୍ତି ଯେ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗ ସହ ବୈଠକ କରି ଅଣ ଅତ୍ୟାବଶ୍ୟକ ସାମଗ୍ରୀ ଆମଦାନି ହ୍ରାସ କରିବାକୁ କହିଥିଲେ। ତାହାର ଫଳ ମିଳିବା ଆରମ୍ଭ ହୋଇଛି। ଯେଉଁ ସାମଗ୍ରୀ ଦେଶ ଭିତରେ ଉପଲବ୍ଧ ରହିଛି ତାହାକୁ ବାହାରୁ ନମଗାଇବା ଲାଗି ବିଭାଗ ଓ ମନ୍ତ୍ରାଳୟଗୁଡ଼ିକୁ କୁହାଯାଉଛି।

ସମ୍ବନ୍ଧିତ ଖବର