ମାଲେସିଆରୁ ପୁଣି ତାଳ ତେଲ ଆମଦାନି କରିବ ଭାରତ

ମୁମ୍ବାଇ/ସିଙ୍ଗାପୁର: ଦୀର୍ଘ ୪ ମାସର ବ୍ୟବଧାନ ପରେ ଭାରତୀୟ ବ୍ୟବସାୟୀମାନେ ମାଲେସିଆରୁ ତାଳ ତେଲ ଆମଦାନି କରିବାକୁ ନିଷ୍ପତ୍ତି ନେଇଛନ୍ତି। କୂଟନୈତିକ ସମ୍ପର୍କ ଖରାପ ହେବା ପରେ ଭାରତ ସରକାର ମାଲେସିଆରୁ ତାଳ ତେଲ ଆମଦାନି କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ସମ୍ପର୍କରେ ସୁଧାର ଆସିବା ପରେ ଭାରତୀୟ ବ୍ୟବସାୟୀମାନେ ମାଲେସିଆରୁ ଏହି ପଦାର୍ଥ କିଣିବାକୁ ନିଷ୍ପତ୍ତି ନେଇଛନ୍ତି। ଇତିମଧ୍ୟରେ ମା‌ଲେସିଆରେ ନୂଆ ସରକାର ଗଠନ ହୋଇଛି।

ଫଳରେ ଗତ ସପ୍ତାହରେ ମାଲେସିଆ ଭାରତରୁ ୧ ଲକ୍ଷ ଟନ୍ ଚାଉଳ କିଣିବା ଲାଗି ରାଜିନାମା କରିଛି। ଏଥିତସହିତ ଭାରତର ଅଗ୍ରଣୀ ତାଳ‌ ତେଲ ଆମଦାନିକାରୀମାନେ ମଧ୍ୟ ସେଠାରୁ ୨ ଲକ୍ଷ ଟନ୍ ତାଳ ତେଲ ଆମଦାନି କରିବାକୁ ରାଜିନାମା କରିଛନ୍ତି। ଜୁନ୍ ଓ ଜୁଲାଇ ମାସରେ ଏହା ଆମଦାନି ହେବ। ଆମଦାନି ନକରିବା ଫଳରେ ଭାରତରେ ତାଳ ତେଲର ମହଜୁଦ ପରିମାଣ ହ୍ରାସ ପାଇଛି। ଏଥିସହିତ ଅନ୍ତର୍ଜାତୀୟ ବଜାରରେ ତାଳ ତେଲ ଦର ମଧ୍ୟ କମିଛି। ଫଳରେ ଭାରତୀୟ ବ୍ୟବସାୟୀମାନେ ତାଳ ତେଲ ଆମଦାନି କରିବାକୁ ଆଗଭର ହୋଇଛନ୍ତି। ଇଣ୍ଡୋନେସିଆ ପରେ ମାଲେସିଆ ବିଶ୍ବର ଦ୍ବିତୀୟ ବୃହତ୍ ତାଳ ତେଲ ଆମଦାନିକାରୀ ହୋଇଥିବାବେଳେ ଭାରତ ବିଶ୍ବର ସର୍ବବୃତ୍ ଖାଇବା ତେଲ ବ୍ୟବହାରକାରୀ ରାଷ୍ଟ୍ର ଭାବେ ପରିଚିତ।

ସମ୍ବନ୍ଧିତ ଖବର