ଇଣ୍ଡିଆନ ଅଏଲ୍‌ର ପରିବର୍ତ୍ତନ, ନଇ ଦିଶା ଅଭିଯାନ ଆରମ୍ଭ

ଭୁବନେଶ୍ବର: ଚଳିତ ବର୍ଷ ସାଧାରଣତନ୍ତ୍ର ପାଳନ ଅବସରରେ ଇଣ୍ଡିଆନ ଅଏଲ୍ ପକ୍ଷରୁ ପରିବର୍ତ୍ତନ-ପ୍ରିଜନ ଟୁ ପ୍ରାଇଡ୍‌ର ଚତୁର୍ଥ ପର୍ଯ୍ୟାୟ ଏବଂ ନଇ ଦିଶା ନାମକ ଏକ ନୂଆ ଅଭିଯାନ ଆରମ୍ଭ କରାଯାଇଛି। କଂପାନିର ଅଧ୍ୟକ୍ଷ ଏସ୍‌ ଏମ୍ ବୈଦ୍ୟ ଏହାକୁ ଶୁଭାରମ୍ଭ କରିଛନ୍ତି। ପରିବର୍ତ୍ତନ-ପ୍ରିଜନ ଟୁ ପ୍ରାଇଡ୍ ଅଭିଯାନ ଦେଶର ବିଭିନ୍ନ ଜେଲ୍‌ରେ ଥିବା ବନ୍ଦୀମାନଙ୍କ ମଧ୍ୟରେ ନୂଆ ଆଶା ଜାଗ୍ରତ କରୁଛି। ଇଣ୍ଡିଆନ ଅଏଲ୍‌ ପକ୍ଷରୁ ଜେଲ୍ ଅନ୍ତେବାସୀଙ୍କୁ ଚେସ୍, ବାସ୍କେଟବଲ୍, ବ୍ୟାଡମିଣ୍ଟନ, ଭଲିବଲ୍ ଏବଂ କ୍ୟାରମ୍ ଭଳି ଖେଳ ଉପରେ ପ୍ରଶିକ୍ଷଣ ଦେଇ ସେମାନଙ୍କ ଶାରିରୀକ ଓ ମାନସିକ ସ୍ଥିତିରେ ଉନ୍ନତି ଆଣୁଛି। ଏହି ଅଭିଯାନର ଚତୁର୍ଥ ପର୍ଯ୍ୟାୟକୁ ୯ଟି ରାଜ୍ୟର ୧୭ଟି ଜେଲ୍‌ରେ ଆରମ୍ଭ କରାଯାଇଛି। ସେହିପରି ନାବାଳକ ଅନ୍ତେବାସୀମାନଙ୍କ ପାଇଁ ନଇ ଦିଶା-ସ୍ମାଇଲ୍‌ ଫର ଜୁଭେନାଇଲ୍‌ ଅଭିଯାନକୁ ଦିଲ୍ଲୀ, ମୁମ୍ବାଇ ଓ ଚେନ୍ନାଇରେ ଥିବା ତିନି ବାଳ ସୁଧାର କେନ୍ଦ୍ରରେ ଆରମ୍ଭ କରାଯାଇଛି। ଏହା ଦ୍ବାରା ୨୫୦୦ରୁ ଅଧିକ ଅନ୍ତେବାସୀ ଉପକୃତ ହେବେ।

ସମ୍ବନ୍ଧିତ ଖବର