ଭାରତର ଅଭିବୃଦ୍ଧି ୬.୫%କୁ ଖସିବ: ଏଡିବି

ଚୀନ୍‌ଠୁ ଆଗରେ ରହିବ

ନୂଆଦିଲ୍ଲୀ : ଭାରତର ଅଭିବୃଦ୍ଧି ହାର ୬.୫%କୁ ଖସିଯିବ ବୋଲି ଏସିଆନ୍ ଡେଭେଲପ୍‌ମେଣ୍ଟ୍‌ ବ୍ୟାଙ୍କ (ଏଡିବି) ଆକଳନ କରିଛି। ପୂର୍ବରୁ ଏହି ସଂସ୍ଥା କହିଥିଲା ଭାରତର ଅଭିବୃଦ୍ଧି ୭.୨% ରହିବ। ମାତ୍ର ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ଦେଶର ଅଭିବୃଦ୍ଧି ହାର ସାଢ଼େ ଛଅ ବର୍ଷର ସର୍ବନିମ୍ନ ସ୍ତର ୫%କୁ ଖସିଯିବା ପରେ ଏଡିବି ଏହାର ଆକଳନରେ ସଂଶୋଧନ ଆଣିଛି। ଏହା ଜଣାଇଛି, ଯଦିଓ ଭାରତର ଅଭିବୃଦ୍ଧି ୫%କୁ ଖସିବ, ତଥାପି ତାହା ଚୀନ୍‌ର ଅଭିବୃଦ୍ଧି ଠାରୁ ଅଧିକ ରହିବ। ଚୀନ୍‌ର ଅଭିବୃଦ୍ଧି ଏହି ସମୟରେ ୬.୨% ଭିତରେ ରହିବ। ହଂକଂରେ ରାଜନୈତିକ ଅସ୍ଥିରତା ଏବଂ ଆମେରିକା ସହ ବାଣିଜ୍ୟ ‌ଲଢ଼େଇ ଚୀନ୍‌ ଅର୍ଥନୀତିକୁ ମନ୍ଥର କରିଦେବ ବୋଲି ଏଡିବି ଜଣାଇଛି।

ସମ୍ବନ୍ଧିତ ଖବର