ତୈଳ ଦର ପ୍ରଭାବରେ ମୁଦ୍ରାସ୍ଫୀତି ବେଲଗାମ

ନୂଆଦିଲ୍ଲୀ: ତୈଳ ଦର ଉଚ୍ଚ ସ୍ତରରେ ରହିବା ପ୍ରଭାବରେ ଦେଶର ମୁଦ୍ରାସ୍ଫୀତି ବେଲଗାମ ହୋଇପଡ଼ିଛି। ‌ଅକ୍ଟୋବରରେ ପାଇକାରୀ ମୁଦ୍ରାସ୍ଫୀତି ୧୨.୫୪%ରେ ପହଞ୍ଚିଛି ଯାହା ପାଞ୍ଚ ମାସ ଭିତରେ ସର୍ବାଧିକ। ଅକ୍ଟୋବରରେ ଖାଦ୍ୟ ଓ ଶକ୍ତି ଦାମ୍ ବୃଦ୍ଧି ପାଇଥିଲା। ଖାଇବା ତେଲ ଓ ଫଳ ମୂଲ୍ୟରେ ହୋଇଥିବା ବୃଦ୍ଧି ଯୋଗୁଁ ଖାଦ୍ୟ ମୁଦ୍ରାସ୍ଫୀତିରେ ୩.୧% ବୃଦ୍ଧି ହୋଇଛି। ଖାଇବା ତେଲ ଦାମ୍ ୩୨.୬% ବଢ଼ିଛି। ଚଳିତ ବର୍ଷ ମେ’ରେ ପାଇକାରୀ ମୁଦ୍ରାସ୍ଫୀତି ୧୨.୯% ଭଳି ଉଚ୍ଚ ସ୍ତରରେ ପହଞ୍ଚିଥିଲା। ଏହା ପରେ ସେଥିରେ ହ୍ରାସର ଧାରା ଆରମ୍ଭ ହୋଇଥିଲା। ଜୁଲାଇରେ ଏହା ୧୧.୫%, ଅଗଷ୍ଟରେ ୧୧.୬% ଓ ସେପ୍ଟେମ୍ବରରେ ୧୦.୬% ସ୍ତରକୁ ଖସିଥିଲା। ଅକ୍ଟୋବରରେ ହଠାତ୍‌ ‌ସେଥିରେ ବଡ଼ ଧରଣର ବୃଦ୍ଧି ହୋଇଛି।

ସମ୍ବନ୍ଧିତ ଖବର