୧୦୦ ବିଲିୟନ ଡଲାର ବଜାର ପୁଞ୍ଜି ହାସଲ କରିବାରେ ଇନଫୋସିସ୍ ଦେଶର ୪ର୍ଥ କମ୍ପାନିରେ ପରିଣତ ହେଲା

ମୁମ୍ବାଇ : ଭାରତର ୨ୟ ବୃହତ୍ତମ ସଫ୍ଟଓ୍ବାର କମ୍ପାନି ଇନଫୋସିସ୍ ଆଉ ଏକ ମହତ୍ବପୂର୍ଣ୍ଣ ସଫଳତା ହାସଲ କରିଛି । କମ୍ପାନିର ବଜାର ପୁଞ୍ଜି ବା ମାର୍କେଟ୍ କ୍ୟାପିଟାଲାଇଜେସନ (ଏମ-କ୍ୟାପ୍) ୧୦୦ ବିଲିୟନ ଡଲାର ଟପିଯାଇଛି । ଏହି ସଫଳତା ହାସଲ କରିବାରେ କମ୍ପାନି ଦେଶର ୪ର୍ଥ କମ୍ପାନିରେ ପରିଣତ ହୋଇଛି । ପୂର୍ବରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଟିସିଏସ୍ ଓ ଏଚଡିଏଫସି ବ୍ୟାଙ୍କ ଏହି ମାଇଲଖୁଣ୍ଟ ଅତିକ୍ରମ କରିଥିଲେ ।

ଆଜି ଷ୍ଟକ ବଜାରରେ ଇନଫୋସିସର ସେୟାର ମୂଲ୍ୟ ଟ.୧୭୫୫.୬୦କୁ ବୃଦ୍ଧି ପାଇବା ପରେ କମ୍ପାନିର ଏମ-କ୍ୟାପ୍ ୧୦୦ ବିଲିୟନ ଡଲାର ଅତିକ୍ରମ କରିଯାଇଥିଲା । କରୋନା ମହାମାରୀ ଯୋଗୁଁ ଅନ୍ୟ କମ୍ପାନିମାନେ ସଂକଟ ସମୟ ଦେଇ ଗତିକରୁଥିବାବେଳେ ଆଇଟି କମ୍ପାନିମାନେ ଅଭୁତପୂର୍ବ ଅଭିବୃଦ୍ଧି ହାସଲ କରିପାରିଛନ୍ତି । ଗତ ୧ ବର୍ଷ ମଧ୍ୟରେ ଇନଫୋସିସର ସେୟାର ମୂଲ୍ୟ ୮୪ ପ୍ରତିଶତ ବୃଦ୍ଧି ପାଇଲାଣି । କରୋନା ମହାମାରୀ ଆସିବା ପରେ ଡିଜିଟାଲାଇଜେସନ ସର୍ଭିସର ଚାହିଦା ବଢିଚାଲିଛି । ଏହା ଫଳରେ ଆଇଟି କମ୍ପାନିମାନେ ବଡ଼ ବଡ଼ କଣ୍ଟ୍ରାକ୍ଟ ହାସଲ କରୁଛନ୍ତି । ଗତ ଜୁନ ତ୍ରୈମାସରେ ଇନଫୋସିସ ୫୧୯୫ କୋଟି ଟଙ୍କାର ନେଟ୍ ଲାଭ ହାସଲ କରିଥିଲା ।

ସମ୍ବନ୍ଧିତ ଖବର