ଆନ୍ତର୍ଜାତିକ ଆଲୁମିନିୟମ୍ ସମ୍ମିଳନୀ ଜାନୁଆରି ୩୧ରୁ

ଭୁବନେଶ୍ବର: ଭାରତୀୟ ଆଲୁମିନିୟମ୍ ସଂଘ (ଏଏଆଇ) ପକ୍ଷରୁ ହୋଟେଲ୍‌ ସ୍ବସ୍ତି ପ୍ରିମିୟମ୍‌ରେ ଆସନ୍ତା ବର୍ଷ ଜାନୁଆରି ୩୧ରୁ ଫେବ୍ରୁଆରି ୩ ତାରିଖ ପର୍ଯ୍ୟନ୍ତ ସପ୍ତମ ଆନ୍ତର୍ଜାତିକ ଆଲୁମିନିୟମ ସମ୍ମିଳନୀ (ଇନ୍‌କାଲ୍‌-୨୦୧୯) ଆୟୋଜନ କରାଯିବ ବୋଲି ନାଲ୍‌କୋର ସିଏମ୍‌ଡି ଡକ୍ଟର ତପନ କୁମାର ଚାନ୍ଦ ଘୋଷଣା କରିଛନ୍ତି। ସେ କହିଲେ, ସମ୍ମିଳନୀରେ ୩୦୦ ବିଦେଶୀ ପ୍ରତିନିଧିଙ୍କ ସମେତ ପାଖାପାଖି ୮୦୦ ପ୍ରତିନିଧି ଅଂଶଗ୍ରହଣ କରିବେ। ୨୮ଟି ବୈଷୟିକ ଅଧିବେଶନ ରହିବ ଓ ୧୨୦ ବୈଷୟିକ ସନ୍ଦର୍ଭ ଉପସ୍ଥାପନ କରାଯିବ। କାନାଡ଼ାର ଆଲକାନ୍, ଆମେରିକାର ଆଲ୍‌କୋଆ, ଚୀନ୍‌ର ଚାଲିଏକୋ ଓ ଚାଇନାଲ୍‌କୋ, ଏମିରେଟସ୍‌ର ଏମାଲ୍, ଦୁବାଇର ଦୁଲାଲ୍, ଲଣ୍ଡନର ରିଓ ଟିଣ୍ଟୋ ଓ ରୁଷିଆର ରୁସାଲ୍ ଭଳି ବିଶ୍ବସ୍ତରୀୟ କଂପାନି ଏଥିରେ ଯୋଗଦେବେ। ଜନତା ମଇଦାନ ଠାରେ ଏକ ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯିବ, ଯେଉଁଥିରେ ୧୦୦ରୁ ଅଧିକ ବିଶ୍ବସ୍ତରୀୟ କଂପାନି ଅଂଶଗ୍ରହଣ କରିବେ।

ସମ୍ବନ୍ଧିତ ଖବର