ଆନ୍ତର୍ଜାତିକ ଫୁଡ୍‌ଟେକ୍ କୋଲ୍‌କାତା ୨୮ରୁ

ଭୁବନେଶ୍ବର: କୋଲକାତାର ବିଶ୍ବବାଙ୍ଗଲା ମେଳା ପ୍ରଗଣରେ ଚଳିତ ମାସ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ୧୮ତମ ଆନ୍ତର୍ଜାତିକ ଫୁଡ୍‌ଟେକ୍‌-୨୨ ଅନୁଷ୍ଠିତ ହେବ। ଖାଦ୍ୟ ପ୍ରକ୍ରିୟାକରଣ, ବେକରି ଓ ଆତିଥେୟତା ଶିଳ୍ପର ଏହା ହେଉଛି ପ୍ରମୁଖ ବାଣିଜ୍ୟ ପ୍ରଦର୍ଶନୀ। ଏହି ବାର୍ଷିକ ପ୍ରଦର୍ଶନୀ ପୂର୍ବ ଭାରତରେ ସର୍ବବୃହତ ଅଟେ। ଏହି ପ୍ରଦର୍ଶନୀରେ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରଯୁକ୍ତି ଜ୍ଞାନକୌଶଳକୁ ପ୍ରଦର୍ଶନ କରାଯିବ। ସାରା ଦେଶରୁ ୧୩୦ରୁ ଅଧିକ କଂପାନି ଏଥିରେ ଅଂଶଗ୍ରହଣ କରି ସେମାନଙ୍କ ଉତ୍ପାଦ ଓ ପ୍ରଯୁକ୍ତିକୁ ପ୍ରଦର୍ଶନ କରିବେ। ବାଲାଂଦେଶ, ଭୁଟାନ ଓ ନେପାଳ ଭଳି ଦେଶରୁ ମଧ୍ୟ ପରିଦର୍ଶନକାରୀ ଆସିବେ। ପ୍ରଯୁକ୍ତି ବ୍ୟବହାର ଦ୍ବାରା କିଭଳି ଶ୍ରମ ଭିତିକ ଖାଦ୍ୟ ବ୍ୟବସାୟକୁ ଆଧୁନିକ ଅଟୋମେସନରେ ପରିଣତ କରିହେବ ତାହା ଜଣାଇବା ଲାଗି ଏହି ପ୍ରଦର୍ଶନୀ ହେଉଛି ଉପଯୁକ୍ତ ମଞ୍ଚ ବୋଲି ଏହାର ମୁଖ୍ୟ ସଂଯୋଜକ ଜାକିର ହୋସେନ୍ କହିଛନ୍ତି।

ସମ୍ବନ୍ଧିତ ଖବର