ଷ୍ଟକ ବଜାରରେ ଉତ୍ସାହ: ନିବେଶକଙ୍କ ୨.୭୩ ଲକ୍ଷ କୋଟି ଲାଭ

ମୁମ୍ବାଇ: ଲାଭାଂଶ ବଣ୍ଟନ ଟିକସ (ଡିଡିଟି)କୁ ସରକାର ଉଚ୍ଛେଦ କରିବାକୁ ଯାଉଥିବା ଖବର ପ୍ରଚାରିତ ହେବା ପରେ ବମ୍ବେ ଷ୍ଟକ ବଜାର ନିବେଶକଙ୍କ ମନରେ ଖୁସିର ଲହରି ଖେଳିଯାଇଥିଲା। ଏହି ଟିକସକୁ ନେଇ ନିବେଶକମାନେ ଅନେକ ଦିନରୁ ଚିନ୍ତିତ ଥିଲେ। ଏହାକୁ ପ୍ରତ୍ୟାହାର କରିବାକୁ ସେମାନେ ଦାବି କରୁଥିଲେ। ଆଜି ଖବର ପ୍ରଚାରିତ ହେବା ପରେ ନିବେଶକମାନେ ବିଭିନ୍ନ କଂପାନିର ସେୟାରକୁ ବିପୁଳ ମାତ୍ରାରେ କିଣିଥିଲେ। ଫଳରେ ବମ୍ବେ ଷ୍ଟକ ବଜାରର ସେନ୍‌ସେକ୍ସରେ ଆଜି ୫୮୨ ପଏଣ୍ଟ୍‌ର ବୃଦ୍ଧି ଘଟିଥିଲା ଏବଂ ତାହା ୩୯,୮୩୨ ପଏଣ୍ଟ୍‌ରେ ବନ୍ଦ ହୋଇଛି। ସେନ୍‌ସେକ୍ସରେ ହୋଇଥିବା ବଡ଼ ଧରଣର ବୃଦ୍ଧି ଯୋଗୁଁ ନିବେଶକମାନେ ୨ ଲକ୍ଷ ୭୨ ହଜାର କୋଟି ଟଙ୍କାର ଲାଭ ପାଇଛନ୍ତି। ଆଜି ଆର୍‌ବିଏଲ୍‌, ଟାଟା ଷ୍ଟିଲ୍‌, ୟେସ୍‌ ବ୍ୟାଙ୍କ, ଜିନ୍ଦଲ ଓ ହିନ୍ଦୁସ୍ତାନ ଜିଙ୍କ୍‌ ଭଳି କଂପାନି ଲାଭବାନ ହୋଇଛନ୍ତି।

ସମ୍ବନ୍ଧିତ ଖବର