ଫ୍ଲିପକାର୍ଟ ପ୍ରତିଷ୍ଠାତାଙ୍କୁ ଆୟକର ନୋଟିସ୍‌

ନୂଆଦିଲ୍ଲୀ: ଫ୍ଲିପକାର୍ଟର ଦୁଇ ସହ ପ୍ରତିଷ୍ଠାତା ସଚିନ ଓ ବିନି ବନସଲ୍‌ଙ୍କୁ ଆୟକର ବିଭାଗ ନୋଟିସ ପଠାଇଛି। ୱାର୍ଲମାର୍ଟକୁ ଅଂଶଧନ ବିକ୍ରି ବାବଦରେ ସେମାନେ କେତେ ଅର୍ଥ ଉପାର୍ଜନ କରିଛନ୍ତି। ଏ ବାବଦ ଟିକସ ଅର୍ଥରୁ କେତେ ସେମାନେ ଜମା କରିଛନ୍ତି ଏବଂ ଅବଶିଷ୍ଟ ଟିକସ ରାଶି କେବେ ଜମା କରିବେ ସେ ନେଇ ନୋଟିସ ପଠାଯାଇଛି। ଆୟକର ବିଭାଗର ନିୟମ ଅନୁଯାୟୀ ୱାଲମାର୍ଟକୁ ଅଂଶଧନ ବିକ୍ରି କରି ଏମାନେ ଯେଉଁ ପୁଞ୍ଜି ଲାଭ କରିଛନ୍ତି ଭାରତୀୟ ନାଗରିକ ହୋଇଥିବାରୁ ତାହାର ୨୦ ପ୍ରତିଶତ ଅର୍ଥ ଆୟକର ଆକାରରେ ଜମା କରିବେ। ସେହିଭଳି ନିୟମ ଅନୁଯାୟୀ ଏମାନଙ୍କୁ ୭୫% ଟିକସ ରାଶିକୁ ଆସନ୍ତା ଡିସେମ୍ବର ୧୫ ସୁଦ୍ଧା ଏବଂ ଅବଶିଷ୍ଟ ୨୫% ଅର୍ଥ ୨୫% ଟିକସ ଅର୍ଥ ଜମା କରିବାକୁ ପଡ଼ିବ।

ସମ୍ବନ୍ଧିତ ଖବର