ଦୀପାବଳି ପରେ ପୁଣି ଜିଓ ଫିଚର୍‌ ଫୋନ୍‌ ବୁକିଙ୍ଗ୍‌ ଆରମ୍ଭ ହେବ

ନୂଆଦିଲ୍ଲୀ: ଦୀପାବଳି ପରେ ରିଲାଏନ୍ସ ପକ୍ଷରୁ ଜିଓ ଫୋନ୍‌ର ବୁକିଂ ଆରମ୍ଭ ହେବ। ଅକ୍ଟୋବର ଶେଷ କିମ୍ବା ନଭେମ୍ବର ପ୍ରଥମ ସପ୍ତାହରେ ବୁକିଂ ଆରମ୍ଭ ହେବା ସମ୍ଭାବନା ରହିଛି। ଅଗଷ୍ଟରେ ପ୍ରଥମ ପର୍ଯ୍ୟାୟରେ ବୁକିଂ ହୋଇଥିବା ପ୍ରାୟ ୬୦ ଲକ୍ଷ ଫୋନ୍‌ର ଡେଲିଭରି ଶେଷ ହେବା ପରେ ଦ୍ୱିତୀୟ ପର୍ଯ୍ୟାୟ ବୁକିଂ କମ୍ପାନି ଆରମ୍ଭ କରିବ ବୋଲି ଜଣାଯାଇଛି। ଅଗଷ୍ଟ ୨୪ରୁ ୩ ଦିନ ପାଇଁ ବୁକିଂ ଜିଓ ଏହାର ୪ଜି ଫିଚର ଫୋନ୍‌ର ପ୍ରଥମ ପର୍ଯ୍ୟାୟ ବୁକିଂ ଆରମ୍ଭ କରିଥିଲା। ୩ ଦିନ ମଧ୍ୟରେ ପ୍ରାୟ ୬୦ ଲକ୍ଷ ଫୋନ୍‌ ବୁକିଂ ହୋଇଥିଲା। ଗତ ନବରାତ୍ରିରୁ ଜିଓ ଏହି ଫୋନ୍‌ର ଡେଲିଭରି ଛୋଟ ସହରରେ ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର