କଳିଙ୍ଗ ସେଲ୍‌ସରେ ଅଫର

ଭୁବନେଶ୍ୱର: କଳିଙ୍ଗ ସେଲ୍‌ସରେ ଆରମ୍ଭ ହୋଇଛି ସୁପର ସେଲ୍‌ସ ୨୦୧୭। ଏହି ଅଫରରେ ଗ୍ରାହକମାନେ ଏଲ୍‌ଇଡି ଟିଭି, ଫ୍ରିଜ୍‌, ଓ୍ଵାସିଂ ମେସିନ୍‌, ଏସି, ମାଇକ୍ରୋେଓ୍ଵଭ୍‌, ଓ୍ଵାଟର ପ୍ୟୁରିଫାୟର, ଏୟାର ପ୍ୟୁରିଫାୟର ଏବଂ ମୋବାଇଲ୍‌ ଫୋନ୍‌ ଉପରେ ପାଇପାରିବେ ଆକର୍ଷଣୀୟ ରିହାତି। ଭୁବନେଶ୍ୱରରେ ଥିବା କଳିଙ୍ଗ ସେଲ୍‌ସର ସହିଦ ନଗର ଏବଂ ସୌଭାଗ୍ୟ ନଗର ସୋ’ରୁମ୍‌ରେ ଏହି ଅଫର ଉପଲବ୍ଧ ହେଉଛି। ଏଲ୍‌ଇଡି ଟିଭି ଉପରେ ୪୫% ପର୍ଯ୍ୟନ୍ତ ରିହାତି, ୦% ସହଜ ଫାଇନାନ୍ସ ଏବଂ ଇଏମ୍‌ଆଇ ସୁବିଧା ମିଳୁଛି। ବଜାଜ ଫାଇନାନ୍ସ କାର୍ଡ ମାଧ୍ୟମରେ ଗ୍ରାହକମାନେ ତତ୍କାଳ ଉତ୍ପାଦ ନେଇପାରିବେ ଏବଂ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସ୍‌ବ୍ୟାକ୍‌ ପାଇପାରିବେ। ବିବାହ ଋତୁକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର କମ୍ବୋ ଅଫର ଘୋଷଣା କରାଯାଇଛି। ପୁରୁଣା ଉତ୍ପାଦ ବଦଳରେ ନୂଆ ଉତ୍ପାଦ ନେଇ ଗ୍ରାହକମାନେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ। ପୂର୍ବରୁ କଳିଙ୍ଗ ସେଲ୍‌ସରୁ ସାମଗ୍ରୀ କିଣିଥିବା ଗ୍ରାହକମାନେ ପୁରୁଣା ବିଲ୍‌ ଦେଖାଇଲେ ଅଧିକ ରିହାତି ପାଇପାରିବେ।

ସମ୍ବନ୍ଧିତ ଖବର