‘ରୟାଲ ଏନ୍‌ଫିଲ୍‌ଡ’ ଆଣିଲା ଦୁଇ ନୂଆ ବାଇକ୍‌

ପାନାଜୀ: ରୟାଲ ଏନ୍‌ଫିଲ୍‌ଡ ପକ୍ଷରୁ ଭାରତରେ ଆଜି ଦୁଇଟି ନୂଆ ମୋଟରସାଇକଲ୍‌ର ଉନ୍ମୋଚନ କରାଯାଇଛି। ସେହି ମୋଟରସାଇକଲ୍‌ ଦୁଇଟି ହେଲା ଇଣ୍ଟରସେପ୍ଟର ଓ କଣ୍ଟିନେଣ୍ଟାଲ ଜିଟି ୬୫୦। ଦୁଇଟି ଯାକ ମୋଟରସାଇକଲ୍‌ ୬୫୦ ସିସି ଇଞ୍ଜିନ୍‌ରେ ଆସିଛି। ଚଳିତମାସ ୭ ତାରିଖରେ ଇଟାଲୀର ମିଲନ୍‌ଠାରେ ଅନୁଷ୍ଠିତ ପ୍ରଦର୍ଶନୀରେ ଏହି ମୋଟରସାଇକଲ୍‌ ଦୁଇଟିର ଉନ୍ମୋଚନ କରାଯାଇଥିଲା। ଗୋଆରେ କମ୍ପାନି ପକ୍ଷରୁ ଅନୁଷ୍ଠିତ ରାଇଡର ମାନିଆ ୨୦୧୭ ଉତ୍ସବରେ ଏହି ଦୁଇଟି ନୂଆ ମୋଟରସାଇକଲ୍‌ର ଉନ୍ମୋଚନ କରାଯାଇଛି। ରୟାଲ ଏନ୍‌ଫିଲ୍‌ଡର ସିଇଓ ତଥା ଏମ୍‌ଡି ସିଦ୍ଧାର୍ଥ ଲାଲ୍‌ କହିଛନ୍ତି ମୂଲ୍ୟ ଏବଂ ରକ୍ଷଣାବେକ୍ଷଣ ଦୃଷ୍ଟିରୁ ଭାରତୀୟ ଗ୍ରାହକଙ୍କ ପାଇଁ ଦୁଇଟି ଯାକ ମୋଟରସାଇକଲ୍‌ ଭଲ ରହିବ। ଆସନ୍ତା ମାର୍ଚ୍ଚ କିମ୍ବା ଏପ୍ରିଲ ବେଳକୁ ଏହି ମୋଟରସାଇକଲ ଦୁଇଟି ସୋ’ରୁମ୍‌ ଗୁଡ଼ିକରେ ଉପଲବ୍ଧ ହେବ।

ସମ୍ବନ୍ଧିତ ଖବର