ନୂଆ ପ୍ରିମିୟମ୍‌ରେ ଏଲ୍‌ଆଇସିର ରେକର୍ଡ

ମୁମ୍ବାଇ: ସରକାରୀ ଜୀବନ ବୀମା କଂପାନି ଏଲ୍‌ଆଇସିର ନୂଆ ବ୍ୟବସାୟ ପ୍ରିମିୟମ୍ ପ୍ରଥମ ଥର ଲାଗି ୧.୫ ଲକ୍ଷ କୋଟି ଟଙ୍କା ସ୍ତର ଅତିକ୍ରମ କରିଛି। ୨୦୨୦ ଜାନୁଆରି ସୁଦ୍ଧା କଂପାନି ପ୍ରଥମ ବର୍ଷ ପ୍ରିମିୟମ୍‌ରେ ୧୭.୪୮% ବୃଦ୍ଧି ହାସଲ କରିଥିବା ବେଳେ ପଲିସି ସଂଖ୍ୟାରେ ୨୯.୪୨% ବୃଦ୍ଧି ଆଣିଛି। ପଲିସି ସଂଖ୍ୟାରେ କଂପାନିର ବଜାର ୭୭.୬୧% ରହିଥିବା ବେଳେ ପ୍ରଥମ ବର୍ଷ ପ୍ରିମିୟମ୍‌ରେ ୭୦.୦୨% ରହିଛି। ଚଳିତ ଆର୍ଥିକ ବର୍ଷରେ ଏଲ୍‌ଆଇସି ପେନ୍‌ସନ୍ ଓ ଗ୍ରୁପ୍ ସ୍କିମ୍ ୧,୦୫,୫୫୬ କୋଟି ଟଙ୍କାର ନୂଆ ବ୍ୟବସା‌ୟ ପ୍ରିମିୟମ୍ ହାସଲ କରିଥିବା ବେଳେ ଏହି ବର୍ଗରେ ୨.୪୫ କୋଟି ଜୀବନକୁ ବୀମାଭୁକ୍ତ କରାଯାଇପାରିଛି। ଆଲୋଚ୍ୟ ଅବଧିରେ ଏଲ୍‌ଆଇସି ପକ୍ଷରୁ ୬୯,୭୪୮ କୋଟି ଟଙ୍କାର ପଲିସି ପରିପକ୍ବତା ରାଶି ପ୍ରଦାନ କରାଯାଇଛି। କଂପାନି ୯୮୬୬ କୋଟି ଟଙ୍କାର ମୃତ୍ୟୁକାଳୀନ ଦାବିର ସମାଧାନ କରିଛି। ୨୦୧୯ ସେପ୍ଟେମ୍ବର ୩୦ ସୁଦ୍ଧା କଂପାନିର ମୋଟ ଆୟ ୨ ଲକ୍ଷ ୯୭ ହଜାର ୧୭ କୋଟି ଟଙ୍କାକୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର