ଲକଡାଉନ୍ ଆଣିଛି ‌ସେୟାର କାରବାର ସୁଯୋଗ: ଟ୍ରେଡିଂ ପାଇଁ ‌୨ ମାସରେ ଖୋଲାଯାଇଛି ୧.୨ ନିୟୁତ ଆକାଉଣ୍ଟ

ନୂଆଦିଲ୍ଲୀ: ଦେଶରେ ଏବେ କୋଭିଡ୍‌-୧୯ ପାଇଁ ଲକ୍‌ଡାଉନ୍ ଚାଲିଛି। ଗତ ମାର୍ଚ୍ଚ ୨୫ ତାରିଖରୁ ଏହା ପର୍ଯ୍ୟାୟ କ୍ରମେ ବଢ଼ିବାରେ ଲାଗିଛି। ୩ଟି ପର୍ଯ୍ୟାୟର ଲକ୍‌ଡାଉନ୍ ମେ ୧୭ ତାରିଖରେ ଶେଷ ହେବା ପରେ ୧୮ ତାରିଖରୁ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍ ଚାଲିଛି। ଲୋକମାନେ ଏବେ ଲକ୍‌ଡାଉନ୍ ପାଇଁ ଘରେ ଅଧିକ ସମୟ କାଟୁଛନ୍ତି। ‌ଏହା ଷ୍ଟକ୍ ବଜାରରେ ସେୟାର ଟ୍ରେଡିଂ କରିବା ପାଇଁ ଏକ ସୁଯୋଗ ଆଣିଛି।

ଗତ ମାର୍ଚ୍ଚ ଏବଂ ଏପ୍ରିଲ୍‌ରେ ଏଥିପାଇଁ ୧.୨ ନିୟୁତ ଆକାଉଣ୍ଟ ସେଣ୍ଟ୍ରାଲ ଡିପୋଜିଟୋରି ସର୍ଭିସେସ୍ ଇଣ୍ଡିଆ ଲିମିଟେଡରେ ଖୋଲିଛନ୍ତି। ଦେଶରେ ଜାନୁଆରି ଓ ଫେବ୍ରୁଆରିରେ ମୋଟ ୯ ଲକ୍ଷ ଲୋକ ଆକାଉଣ୍ଟ ଖୋଲିଥିବାବେଳେ ମାର୍ଚ୍ଚ ଓ ଏପ୍ରିଲରେ ଅଧିକ ୩୦ ଲକ୍ଷ ଲୋକ ଆକାଉଣ୍ଟ‌ ଖୋଲିଛନ୍ତି ବୋଲି ମୁମ୍ବାଇସ୍ଥିତ ସେଣ୍ଟ୍ରାଲ ଡିପୋଜିଟୋରିର ତଥ୍ୟରୁ ଜଣାଯାଇଛି। ଷ୍ଟକ୍ ମାର୍କେଟରେ ନିବେଶ କରିବା ବିପଦପୂର୍ଣ୍ଣ। ଏଥିରେ ଲାଭ ଯେଭଳି ହୋଇଥାଏ କ୍ଷତି ମଧ୍ୟ ତାହାଠାରୁ ଅଧିକ ହେବାର ଆଶଙ୍କା ରହିଥାଏ। ଏହାସତ୍ତ୍ବେ ଏବେ ଅର୍ଥନୀତି ଧରାଶାୟୀ ହୋଇଥିବାରୁ ବିଭିନ୍ନ କମ୍ପାନି ଦୁର୍ବଳ ହୋଇପଡ଼ିଛନ୍ତି। ତେଣୁ ସେମାନଙ୍କ ସେୟାର ମୂଲ୍ୟ କମିଯାଇଛି। ଏହାକୁ ସୁଯୋଗ ଭାବେ ଭାବି ନିବେଶକମାନେ ନୂଆ ଆକାଉଣ୍ଟ ଖୋଲୁଛନ୍ତି ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର