ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରାର କ୍ରେତା-ବିକ୍ରେତା ମେଳା

ଭୁବନେଶ୍ୱର: ଆଦିତ୍ୟ ମୋଟରସ୍‌ ଏବଂ ଉତ୍କଳ ଅଟୋମୋବାଇଲ୍‌ସ ପକ୍ଷରୁ ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ମେଗା କ୍ରେତା-ବିକ୍ରେତା ମେଳା ଆୟୋଜନ କରାଯାଇଛି। ଆଜିଠାରୁ ଆରମ୍ଭ ହୋଇଥିବା ଏହି ମେଳା ଚଳିତ ମାସ ୧୯ ପର୍ଯ୍ୟନ୍ତ ଚାଲିବ। ସକାଳ ୯ଟା ୩୦ରୁ ରାତି ୯ଟା ପର୍ଯ୍ୟନ୍ତ ମେଳା ଖୋଲା ରହିବ। ଏହି ମେଗା ମେଳାକୁ ଆଦିତ୍ୟ ମୋଟରସ୍‌ର ମହାପ୍ରବନ୍ଧକ ମନୋଜ କୁମାର ରଥ ଏବଂ ଉତ୍କଳ ଅଟୋମୋବାଇଲସ୍‌ର ବିଡିଏସ୍‌ (ବିକ୍ରି) ପ୍ରସନ୍ନ କୁମାର ମଲ୍ଲିକ ଉଦ୍‌ଘାଟନ କରିଛନ୍ତି। ଏହି ମେଳାରେ ଗ୍ରାହକମାନେ ଏକ୍ସଚେଞ୍ଜ, ବିକ୍ରି, ସ୍ପଟ୍‌ ବୁକିଙ୍ଗ, ସରପ୍ରାଇଜ୍‌ ଉପହାର, ପୁରୁଣା ଗାଡ଼ି ବଦଳାଇ ନୂଆ ଗାଡ଼ି ନେବା, ସ୍ପଟ୍‌ ଫାଇନାନ୍ସ, ସ୍ପଟ୍‌ ଡେଲିଭରି, ସହଜ କାଗଜପତ୍ର କାମ ଏବଂ ଓ୍ଵାରେଣ୍ଟି ସହିତ ପ୍ରିଓନଡ୍‌ ଗାଡ଼ି ନେବା ସୁବିଧା ପାଇପାରିବେ।

ସମ୍ବନ୍ଧିତ ଖବର