ମାଲ୍ୟାଙ୍କ ପ୍ରତ୍ୟର୍ପଣ ମାମଲା: ଜୁଲାଇ ୨ରେ ଶୁଣାଣି

ଲଣ୍ଡନ: ମଦ ସମ୍ରାଟ ବିଜୟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ମାମଲାର ଶୁଣାଣି ଲଣ୍ଡନ ହାଇକୋର୍ଟରେ ଆସନ୍ତା ଜୁଲାଇ ୨ ତାରିଖରେ ହେବ। ଏଥିପାଇଁ ତାରିଖ ଧାର୍ଯ୍ୟ ହୋଇଥିଲେ ମଧ୍ୟ କେଉଁ ବିଚାରପତି ଏହାର ଶୁଣାଣି କରିବେ ତାହା ସ୍ଥିର ହୋଇନାହିଁ। ୱେଷ୍ଟମିନିଷ୍ଟର ଅଦାଲତର ଚିଫ୍ ମାଜିଷ୍ଟ୍ରେଟ୍ ଏମା ଆର୍ବଥନଟ୍ ଏବଂ ବ୍ରିଟେନର ଗୃହମନ୍ତ୍ରୀ ସାଜିଦ ଜାଭିଦ୍ ମାଲ୍ୟାଙ୍କୁ ଭାରତ ପ୍ରତ୍ୟର୍ପଣ ପାଇଁ ଅନୁମତି ପ୍ରଦାନ କରିସାରିଛନ୍ତି। ତେବେ ଏହା ବିରୋଧରେ ମାଲ୍ୟା ଆବେଦନ କରିବାକୁ ଚାହୁଛନ୍ତି। କିନ୍ତୁ ଏହା କରିବା ପାଇଁ ତାଙ୍କୁ ଜଣେ ହାଇକୋର୍ଟର ବିଚାରପତିଙ୍କୁ ବୁଝାଇବାକୁ ପଡ଼ିବ। ମାଲ୍ୟା ତାଙ୍କ ପ୍ରତ୍ୟର୍ପଣ ବିରୋଧରେ କରିଥିବା ପ୍ରଥମ ଲିଖିତ ଆବେଦନକୁ ଜଣେ ବିଚାରପତି ଗତ ୫ ତାରିଖରେ ଏକ ଇ-ମେଲ୍‌ ମାଧ୍ୟମରେ ଅଗ୍ରାହ୍ୟ କରିଦେଇଛନ୍ତି। ତେଣୁ ଜୁଲାଇ ୨ ତାରିଖର ଶୁଣାଣି ଗୁରୁତ୍ବପୂର୍ଣ୍ଣ। ଯଦି ସେ ‌ଏଥିରେ ହାରିଯାଆନ୍ତି ତାହେଲେ ତାଙ୍କ ନିକଟରେ ବି‌‌ଶେଷ କିଛି ସୁଯୋଗ ରହିବ ନାହିଁ। ହାଇକୋର୍ଟରେ ଆବେଦନ ଅନୁମତି ନପାଇଲେ ସେ ସୁପ୍ରିମକୋର୍ଟରେ ମଧ୍ୟ ଆବେଦନ କରିପାରିବେ ନାହିଁ।

ସମ୍ବନ୍ଧିତ ଖବର