ଜାନୁଆରିରେ ମାରୁତି ବଢ଼ାଇବ କାର୍ ମୂଲ୍ୟ

ନୂଆଦିଲ୍ଲୀ: ଦେଶର ସର୍ବବୃହତ୍ କାର ନିର୍ମାତା ମାରୁତି ସୁଜୁକିର ବିଭିନ୍ନ ମଡେଲ ଗାଡ଼ିର ମୂଲ୍ୟ ଆସନ୍ତାବର୍ଷ ଜାନୁଆରିରୁ ମହଙ୍ଗା ହେବ। କମ୍ପାନି କାର ମୂଲ୍ୟ ବୃଦ୍ଧି ନେଇ ଆଜି ଘୋଷଣା କରିଛି। କାର୍ ନିର୍ମାଣରେ ବ୍ୟବହୃତ ସାମଗ୍ରୀର ମୂଲ୍ୟ ବୃଦ୍ଧି ଯୋଗୁ କମ୍ପାନି ଏଭଳି ନିଷ୍ପତ୍ତି ନେଇଛି। ମୂଲ୍ୟ ବୃଦ୍ଧି ବିଭିନ୍ନ ମଡେଲ ପାଇଁ ଭିନ୍ନ ଭିନ୍ନ ରହିବ। ମାରୁତି ସୁଜୁକି ଏକାଧିକ ମଡେଲ ଗାଡ଼ି ବିକ୍ରି କରୁଛି। ଏଣ୍ଟ୍ରି ଲେଭେଲରେ ଅଲ୍ଟୋଠାରୁ ଆରମ୍ଭ କରି ପ୍ରିମିୟମ ମଲ୍ଟି ପର୍ପୋଜ୍ ଯାନ ଏକ୍ସଏଲ୍‌୬ ଏହା ମଧ୍ୟ ରହିଛି। ଦିଲ୍ଲୀରେ ମାରୁତି କାର ଗୁଡ଼ିକର ଏକ୍ସ ସୋ’ରୁମ୍ ମୂଲ୍ୟ ୨ ଲ୪ ୮୯ ହଜାର ଟଙ୍କାରୁ ଆରମ୍ଭ କରି ୧୧ ଲକ୍ଷ ୪୭ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି।

ସମ୍ବନ୍ଧିତ ଖବର