ଓଡ଼ିଶାରେ କୋଟିଏରୁ ଅଧିକ ପାନ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଏକ କୋଟିରୁ ଅଧିକ ଲୋକଙ୍କ ପାଖରେ ପାନ୍‌ କାର୍ଡ ରହିଛି। ଟିକସଦାତାମାନେ ଦାଖଲ କରିଥିବା ଆୟକର ରିଟର୍ଣ୍ଣ ତଥ୍ୟକୁ ଆଧାରରେ କରି କେନ୍ଦ୍ର ସରକାର ଏହି ସୂଚନା ଦେଇଛନ୍ତି। ଓଡ଼ିଶାରେ ୧ କୋଟି ୩ ଲକ୍ଷ ୮୮ ହଜାର ୪୪୬ ଜଣ ପାନ୍‌ କାର୍ଡଧାରୀ ରହିଛନ୍ତି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିଗତ ଚାରିଟି ଆର୍ଥିକ ବର୍ଷରେ ରାଜ୍ୟରେ କେତେ ପରିମାଣର ଆୟକର ରିଟର୍ଣ୍ଣ ଦାଖଲ ହୋଇଛି ଓ ପ୍ରତିବର୍ଷ ଯାଞ୍ଚର ଶତାଂଶ କେତେ ରହିଥିଲା ତାହାର ତଥ୍ୟ ମଧ୍ୟ ଜାରି କରାଯାଇଛି। ୨୦୧୫ ପରଠାରୁ ଆୟକର ରିଟର୍ଣ୍ଣ ଦାଖଲରେ ରାଜ୍ୟରେ ନିରନ୍ତର ବୃଦ୍ଧି ଘଟିଛି। ୨୦୧୫-୧୬ ଆର୍ଥିକ ବର୍ଷରେ ଆୟକର ରିଟର୍ଣ୍ଣ ସଂଖ୍ୟା ୭ ଲକ୍ଷ ୯ ହଜାର ୯୨୬ ଥିଲା। ୨୦୧୮-୧୯ ସୁଦ୍ଧା ସେହି ସଂଖ୍ୟା ୧୦ ଲକ୍ଷ ୨୯ ହଜାର ୪୦୯କୁ ବୃଦ୍ଧି ପାଇଥିଲା। ଏହି ଚାରି ଆର୍ଥିକ ବର୍ଷ ଭିତରେ ଯାଞ୍ଚ ପରିମାଣ ମଧ୍ୟ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି। ୨୦୧୫-୧୬ରେ ଯାଞ୍ଚର ଶତାଂଶ ୦.୪୬% ଥିଲା। ୨୦୧୮-୧୯ ସୁଦ୍ଧା ତାହା ୦.୧୨%କୁ ହ୍ରାସ ପାଇଛି।

ସମ୍ବନ୍ଧିତ ଖବର