୧୦୦ ବିଲିଅନ ଡଲାର କ୍ଲବ୍‌ରେ ପ୍ରବେଶ କରିବେ ମୁକେଶ

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନି ୧୦୦ ବିଲିଅନ ଡଲାର ଧନୀ କ୍ଲବ୍‌ରେ ସାମିଲ ହେବାକୁ ଯାଉଛନ୍ତି। ଭାରତୀୟ ମୁଦ୍ରାରେ ୧୦୦ ବିଲିଅନ୍‌ ଡଲାର ପ୍ରାୟ ୨,୭୦,୦୦୦ କୋଟି ଟଙ୍କା ପାଖାପାଖି ‌ହେବ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସେୟାର ପିଛା ମୂଲ୍ୟ ୨,୪୮୦ ଟଙ୍କାରେ ପହଞ୍ଚିଥିବାରୁ ସେ ଧନୀମାନଙ୍କ ଏହି ସମ୍ମାନଜନକ କ୍ଲବ୍‌ରେ ସାମିଲ ହେବେ। ବିଶ୍ବର ୧୧ତମ ବଡ଼ ଧନୀ ମୁକେଶଙ୍କ ସମ୍ପତ୍ତି ଚଳିତ ବର୍ଷ ୧୭୦୦ କୋଟି ଡଲାରରୁ ଅଧିକ ବଢ଼ିଛି। ତାହାର ଅଧା ସମ୍ପତ୍ତି ଗତ ସପ୍ତାହରେ ବୃଦ୍ଧି ପାଇଛି। ମୁକେଶଙ୍କ ରିଲାଏନ୍ସ ଜିଓ ଓ ରିଲାଏନ୍ସ ରିଟେଲ୍‌ର କାରବାର ବେଶ ଉତ୍ସାହଜନକ ରହିଛି। ନିକଟରେ ଅକ୍ଷୟ ଶକ୍ତି କ୍ଷେତ୍ରକୁ ନେଇ ସେ ବଡ଼ ଯୋଜନା ଘୋଷଣା କରିଛନ୍ତି। ତୈଳ ଓ ଗ୍ୟାସ୍‌ର ବଡ଼ କାରବାର ମଧ୍ୟ ତାଙ୍କର ରହିଛି।

ସମ୍ବନ୍ଧିତ ଖବର