ମସ୍କଙ୍କ ପ୍ରେମପତ୍ର ନିଲାମ କଲେ ପୂର୍ବତନ ବାନ୍ଧବୀ

ନୂଆଦିଲ୍ଲୀ: ବିଶ୍ବର ଏକ ନମ୍ବର ଧନୀ ଏଲନ୍‌ ମସ୍କ ପେନ୍‌ସିଲ୍‌ଭାନିଆ ବିଶ୍ବବିଦ୍ୟାଳୟରେ ପାଠପଢ଼ୁଥିବା ସମୟରେ ଜଣେ ଯୁବତୀଙ୍କ ପ୍ରେମରେ ପଡ଼ିଥିଲେ। ତାଙ୍କୁ ସେ ପ୍ରେମପତ୍ର ଲେଖିବା ସହ ନେ‌କ‌୍‌ଲେସ୍‌ ଆଦି ଉପହାର ମଧ୍ୟ ଦେଇଥିଲେ। ସେହି ଯୁବତୀ ଜଣକ ହେଉଛନ୍ତି ଜେନିଫର ‌ଗ୍ବେନି। ସେହି ଉପହାରଗୁଡ଼ିକୁ ଜେନିଫର ନିଲାମ କରିଛନ୍ତି। ୧୯୯୪ ବେଳକୁ ଉଭୟଙ୍କ ବୟସ ୨୦ ବର୍ଷ ପାଖାପାଖି ଥିଲା। ସେହି ସମୟରେ ସେମାନେ ପରସ୍ପର ‌ପ୍ରେମରେ ପଡ଼ିଥିଲେ। ମସ୍କଙ୍କ ବହୁ ଛବି, ସେ ଦେଇଥିବା ସୁନାର ଏକ ହାର ଓ ଆହୁରି ବହୁ ଆକର୍ଷଣୀୟ ଉପହାରକୁ ନିଲାମ କରାଯାଇଛି। ଜେନିଫରଙ୍କୁ ମସ୍କ ଦେଇଥିବା ଜନ୍ମଦିନ କାର୍ଡ ସର୍ବାଧିକ ୧୨,୧୦୩ ଡଲାରରେ ନିଲାମ ହୋଇଛି। ନେକ୍‌ଲେସ୍‌ଟି ୮,୭୮୪ ଡଲାରରେ ନିଲାମ ହୋଇଛି।

ସମ୍ବନ୍ଧିତ ଖବର