ବିଦେଶୀ ମୁଦ୍ରା ଭଣ୍ଡାରରେ ବୃଦ୍ଧି

ମୁମ୍ବାଇ: କ୍ରମାଗତ ଦ୍ବିତୀୟ ସପ୍ତାହ ପାଇଁ ଭାରତର ବିଦେଶୀ ମୁଦ୍ରା ଭଣ୍ଡାରରେ ବୃଦ୍ଧି ଘଟିଛି। ନଭେମ୍ବର ୧୧ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବିଦେଶୀ ମୁଦ୍ରାଭଣ୍ଡାର ୫୪୪.୭୧ ବିଲିଅନ ଡଲାର ସ୍ତରରେ ପହଞ୍ଚିଛି। ପୂର୍ବ ସପ୍ତାହ ତୁଳନାରେ ଏଥିରେ ୨.୫୪ ବିଲିଅନ ଡଲାର ବୃଦ୍ଧି ଘଟିଛି। ଗତବର୍ଷ ବିଦେଶୀ ମୁଦ୍ରା ଭଣ୍ଡାର ରେକର୍ଡ ସ୍ତରରେ ପହଞ୍ଚିଥିଲା। କିନ୍ତୁ ରୁଷ-ୟୁକ୍ରେନ ଯୁଦ୍ଧ ପରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ପାଇଛି। ଟଙ୍କା ମୂଲ୍ୟହ୍ରାସକୁ ରୋକିବା ପାଇଁ ବଜାରକୁ ଡଲାର ଛାଡ଼ିବା କାରଣରୁ ଏଥିରେ ପାଖାପାଖି ୧୦୦ ବିଲିଅନ ଡଲାର ହ୍ରାସ ଘଟିଛି।

ସମ୍ବନ୍ଧିତ ଖବର