ଭୋଲ୍‌ଟାସ୍‌ ଖୋଲିଲା ନୂଆ ବ୍ରାଣ୍ଡ୍‌ ସପ୍

ଭୁବନେଶ୍ବର: ଭୋଲ୍‌ଟାସ୍‌ ପକ୍ଷରୁ ଜୟପୁର ସହରରେ ନୂଆ ବ୍ରାଣ୍ଡ୍‌ ସପ୍ ଖୋଲାଯାଇଛି। ଏହା ହେଉଛି ରାଜ୍ୟରେ କଂପାନିର ଅଷ୍ଟମ୍ ବ୍ରାଣ୍ଡ୍‌ ସପ୍। ଏହି ଷ୍ଟୋର୍‌ରେ ଗ୍ରାହକମାନେ ଭୋଲ୍‌ଟାସ୍‌ ଓ ଭୋଲ୍‌ଟାସ୍‌ ବେକୋ ବ୍ରାଣ୍ଡ୍‌ର ଏସି, ଏୟାର ପ୍ୟୁରିଫାୟର, ଏୟାର କୁଲର୍, କମର୍ସିଆଲ୍ ରେଫ୍ରିଜରେଟର, ୱାଟର ଡିସ୍‌ପେନ୍‌ସର୍‌, ୱାଟର୍ କୁଲର୍, ରେଫ୍ରିଜରେଟର, ୱାସିଂ ମେସିନ୍, ମାଇକ୍ରୋୱେଭ୍ ଓ ଡିସ୍‌ୱାସର୍‌ ଆଦି ପାଇବେ।

ଏହି ଅବସରରେ ଭୋଲ୍‌ଟାସ୍‌ର ଏମ୍‌ଡି ଓ ସିଇଓ ପ୍ରଦୀପ ବକ୍ସି କହିଛନ୍ତି ଯେ ଜୟପୁରରେ ଆମର ପ୍ରଥମ ବ୍ରାଣ୍ଡ୍‌ ସପ୍ ଖୋଲିଥିବାରୁ ଆମେ ବହୁତ ଆନନ୍ଦିତ। ବଜାରର ଏକ ଅଗ୍ରଣୀ ସଂସ୍ଥା ଭାବେ ଆମେ ଗ୍ରାହକଙ୍କୁ ଅଗ୍ରାଧିକାର ଦେଉଛୁ। ଏଠାରେ ଗୋଟିଏ ଛାତ ତଳେ ଗ୍ରାହକମାନେ ଭୋଲ୍‌ଟାସ୍‌ ଓ ଭୋଲ୍‌ଟାସ୍‌ ବେକୋର ସବୁ ଉତ୍ପାଦ ପାଇପାରିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର