ବଜାଜର ନୂଆ ସିଏନଜି ଅଟୋ

ଭୁବନେଶ୍ବର: ବଜାଜ ଅଟୋ ପକ୍ଷରୁ ପୁରୀର ଡିଲର ଗ୍ରାଣ୍ଡ୍‌ ଅଟୋମୋବାଇଲ୍ସ ସହଯୋଗରେ ପୁରୀ ଏବଂ ଉତ୍ତରା ସିଏନ୍‌ଜି ଷ୍ଟେସନ୍‌ରେ ନୂଆ ସିଏନ୍‌ଜି ଉତ୍ପାଦକୁ ଉନ୍ମୋଚନ କରାଯାଇଛି। କଂପାନି ପକ୍ଷରୁ ଗିରିଶ ପତି, ମନୋଜ ସାହୁ, ଦିବ୍ୟଲୋଚନ ପାତ୍ର ଓ ଧର୍ମେନ୍ଦ୍ର ଦ୍ବିବେଦୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। କଂପାନି ତରଫରୁ କମ୍ପାକ୍ଟ ସିଏନଜି, ମାକ୍ସିମା ଜେଡ୍ ସିଏନ୍‌ଜି, ୱାଇଡର୍‌ ସିଏନ୍‌ଜି ଏବଂ କାର୍ଗୋ ସିଏନ୍‌ଜିକୁ ଉନ୍ମୋଚନ କରାଯାଇଛି। ବଜାଜ୍‌ର ସିଏନ୍‌ଜି ଅଟୋଗୁଡ଼ିକ କେଜି ପିଛା ୫୦ କିମି ମାଇଲେଜ୍ ପ୍ରଦାନ କରୁଛି। ଏହାର ରକ୍ଷଣାବେକ୍ଷଣ ଖର୍ଚ ବହୁତ କମ ହୋଇଥିବା ବେଳେ ପୁନର୍ବାର ବିକ୍ରି କରିବା ବେଳେ ଅଧିକ ଦାମ୍ ମିଳିବ। ଏହି ଅଟୋରେ ଶକ୍ତିଶାଳୀ ଡିଟିଏସ୍‌ଆଇ ଇଞ୍ଜିନ ଲଗାଯାଇଛି। ସାରା ଦେଶରେ କଂପାନି ୫୦ ଲକ୍ଷରୁ ଅଧିକ ଗ୍ରାହକଙ୍କୁ ଗାଡ଼ି ଯୋଗାଇ ଦେଇଥିବା ବେଳେ ୯୦% ବଜାର ଅଂଶ ସହ ଅଗ୍ରଣୀ ସ୍ଥାନରେ ରହିଛି। ଏହି ଅବସରରେ ଗ୍ରାଣ୍ଡ୍‌ ଅଟୋମୋବାଇଲ୍ସର ରବି ନାରାୟଣ ଖୁଣ୍ଟିଆ କହିଛନ୍ତି ଯେ, ଆମେ ଶ୍ରେଷ୍ଠ ମାନର ସେବା ଯୋଗାଇ ଦେବୁ। ଡିଲର୍‌ସିପ୍ ତରଫରୁ ଆକର୍ଷଣୀୟ ଡାଉନ୍ ପେମେଣ୍ଟ୍‌ ସ୍କିମ୍ କମ୍ପାକ୍ଟ ସିଏନ୍‌ଜି ପାଇଁ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର