‘ଇସ୍ପାତ ଶିଳ୍ପରେ ନୂଆ ଅଧ୍ୟାୟ ଯୋଡ଼ିବ ଓଡ଼ିଶା’

ଭୁବନେଶ୍ବର: ଭାରତର ଇସ୍ପାତ ଓ ଖଣିଜ ଶିଳ୍ପର ବିକାଶରେ ଓଡ଼ିଶା ନୂଆ ଅଧ୍ୟାୟ ଯୋଡ଼ିବ ବୋଲି କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସ୍ଥାନୀୟ ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟିରେ ଅନୁଷ୍ଠିତ ଏକ ବୈଠକ ପରେ ସେ କହିଛନ୍ତି ଯେ, ଅର୍ଥନୀତିର ବିକାଶ ପାଇଁ ଆମକୁ ମିଳିତ ହୋଇ କାର୍ଯ୍ୟ କରିବାକୁ ପଡ଼ିବ। ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକରେ ଛୋଟ ‌ଛୋଟ ଶିଳ୍ପ ସଂସ୍ଥା ଗବେଷଣାର ସୁଯୋଗ ପାଉଥିବା ଜାଣି ସେ ଖୁସି ବ୍ୟକ୍ତ କରିଥିଲେ। ଏହି ଅବସରରେ ସେ ଅନୁଷ୍ଠାନର ପରୀକ୍ଷାଗାର ପରିଦର୍ଶନ କରିଥିଲେ। ଏଠାରେ ବିକଶିତ କରାଯାଇଥିବା ସ୍ବଦେଶୀ ଜ୍ଞାନକୌଶଳ ଓ ପ୍ରଯୁକ୍ତିର ବ୍ୟବହାର ହେଲେ ଭାରତ ଓ ଓଡ଼ିଶାର ଶିଳ୍ପରେ ବଡ଼ ଧରଣର ପରିବର୍ତ୍ତନ ଆସିପାରିବ ବୋଲି ସେ କହିଛନ୍ତି। ଏହି ବୈଠକରେ ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟି, ଏନ୍‌ଆଇଟି ରାଉରକେଲା, ଆଇସିଟି ଭୁବନେଶ୍ବର, ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରତିନିଧି, ସରକାରୀ ଅଧିକାରୀ ଏବଂ ଇସ୍ପାତ ଶିଳ୍ପର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର