ବିଲ୍‌ଡର୍‌ଙ୍କୁ ‌ଭେଟିଲେ ନିର୍ମଳା

ନୂଆଦିଲ୍ଲୀ: ରିଅଲ ଇଷ୍ଟେଟ୍‌ ଶିଳ୍ପର ସମସ୍ୟାକୁ ଜାଣିବା ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି କ୍ରେଡାଇ ଓ ନାରେଡ୍‌କୋର ପ୍ରତିନିଧିମାନଙ୍କ ସହ ଏକ ବୈଠକରେ ଆଲୋଚନା କରିଛନ୍ତି। ଅର୍ଥନୀତିରେ ରହିଥିବା ସମସ୍ୟାକୁ ଜାଣିବା ଲାଗି ଗତ ମଙ୍ଗଳବାର ଠାରୁ ସେ ସିରିଜ୍ ବୈଠକ ଆରମ୍ଭ କରିଛନ୍ତି। ତାହାର ଏକ ଅଂଶ ହେଉଛି ଏହି ବୈଠକ। ବୈଠକରେ ହାଉସିଂ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀ, ଅର୍ଥରାଷ୍ଟ୍ର ମନ୍ତ୍ରୀ ଅମିତାଭ ଠାକୁର, ଅର୍ଥନୈତିକ ବ୍ୟାପାର, ରାଜସ୍ବ, ହାଉସିଂ, ସିବିଡିଟି, କର୍ପୋରେଟ ବ୍ୟାପାର ଏବଂ ରେରାର ବରିଷ୍ଠ ଅଧିକାରୀମାନେ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ। ରିଅଲ ଇଷ୍ଟେଟ୍‌ ଶିଳ୍ପରେ ନଗଦ ପାଣ୍ଠିର ଅଭାବ, ବିକ୍ରିରେ ମାନ୍ଦାବସ୍ଥା ଏବଂ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାରୁ ଋଣ ମିଳିବାରେ ଅସୁବିଧା ବିଷୟରେ ବୈଠକରେ ଆଲୋଚନା ହୋଇଥିଲା। ବିଲ୍‌ଡର୍‌ଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ନିର୍ମଳା ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର