ନିସାନର ନୂଆ ଏସ୍‌ୟୁଭି ‘କିକ୍‌ସ’

ନୂଆଦିଲ୍ଲୀ: ନିସାନ ଇଣ୍ଡିଆ ପକ୍ଷରୁ ଏହାର ନୂତନ ଏସ୍‌ୟୁଭି କିକ୍‌ସ୍‌କୁ ଉନ୍ମୋଚନ କରାଯାଇଛି। ଏହାର ପ୍ରାରମ୍ଭିକ ମୂଲ୍ୟ ୯.୫୫ ଲକ୍ଷ ଟଙ୍କା ରହିଛି। ଏହି ଏସ୍‌ୟୁଭିକୁ କଂପାନି ଏହାର ଚେନ୍ନାଇ ଠାରେ ଥିବା କାରଖାନାରେ ନିର୍ମାଣ କରିଛି। ଯାତ୍ରୀଙ୍କ ଆରାମକୁ ଏଥ‌ିରେ ସର୍ବାଧିକ ଗୁରୁତ୍ବ ପ୍ରଦାନ କରାଯାଇଛି। କଂପାନିର ସମସ୍ତ ଡିଲର୍‌ସିପ୍‌ରୁ ଏହାର ଡେଲିଭରି ମଧ୍ୟ ଆରମ୍ଭ ହୋଇଛି। ଭାରତୀୟ ଗ୍ରାହକମାନଙ୍କୁ ଉତ୍କୃଷ୍ଟ ଏବଂ ବିଶ୍ବସ୍ତରୀୟ ଉତ୍ପାଦ ପ୍ରଦାନ କରିବା ପାଇଁ ଆମେ ଯେଉଁ ପ୍ରତିଶ୍ରୁତି ଦେଇଥିଲୁ କିକସ୍‌ ତାହାର ପ୍ରତିଫଳନ ବୋଲି ନିସାନ ମୋଟରର ବରିଷ୍ଠ ଉପସଭାପତି ପେମ୍ୟାନ୍ କାର୍ଗର କହିଛନ୍ତି। ଏହି ଅବସରରେ ନିସାନ ଇଣ୍ଡିଆର ସଭାପତି ଥୋମାସ କୁହେଲ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର