ଜେଟ୍‌ କିଣିବାକୁ ଆଗ୍ରହ ଦେଖାଉନାହାନ୍ତି ଗ୍ରାହକ

ନୂଆଦିଲ୍ଲୀ: ଗତ ଏପ୍ରିଲ ୧୭ ତାରିଖରୁ ବନ୍ଦ ହୋଇ ପଡ଼ିଥିବା ଘରୋଇ ବିମାନ ସେବା ପ୍ରଦାନକାରୀ କମ୍ପାନି ଜେଟ୍ ଏୟାରୱେଜ୍‌କୁ କିଣିବା ଲାଗି କମ୍ପାନି ଗୁଡ଼ିକ ଆଗ୍ରହ ପ୍ରକାଶ କରୁନାହାନ୍ତି। ଇଓଆଇ ବା ଏକ୍ସପ୍ରେସନ୍ ଅଫ୍ ଇଣ୍ଟ୍ରେଷ୍ଟ୍ ଆହ୍ବାନର ତାରିଖ ୩ ଥର ବୃଦ୍ଧି କରାଯାଇଥିଲେ ମଧ୍ୟ ଯେଉଁ ସଂଖ୍ୟାରେ କମ୍ପାନି ଏଥିପ୍ରତି ଆଗ୍ରହ ପ୍ରକାଶ କରିବା କଥା ତାହା ଦେଖିବାକୁ ମିଳୁନାହିଁ। ଏପରିକି ତୃତୀୟ ଥର ତାରିଖ ବୃଦ୍ଧି ଅଗଷ୍ଟ ୩୧କୁ କରାଯାଇଥି‌ଲା। ତୃତୀୟ ଥର ତାରିଖ ବୃଦ୍ଧି ଅବଧିରେ କୌଣସି ହେଲେ ଗୋଟିଏ କମ୍ପାନି ମଧ୍ୟ ଏଥିପାଇଁ ଆବେଦନ କରିନାହାନ୍ତି। ତେବେ ଏହା ପୂର୍ବରୁ ଏଥିପାଇଁ ମାତ୍ର ୩ଟି କମ୍ପାନି ଆଗ୍ରହ ପ୍ରକାଶ କରିଛନ୍ତି। ସେହି କମ୍ପାନି ଗୁଡ଼ିକ ହେଲେ ରୁଷିଆନ୍ ଫଣ୍ଡ ଟ୍ରେଜେରି ଆରଏ ପାର୍ଟନର୍ସ, ପାନାମାର ଆଭାନ୍ତୁଲୋ ଗ୍ରୁପ୍ ଏବଂ ଦକ୍ଷିଣ ଆମେରିକାର ସିନର୍ଜି ଗ୍ରୁପ୍ କର୍ପୋରେସନ୍।

ସମ୍ବନ୍ଧିତ ଖବର