କୋଇଲା ସଂକଟ ସମୟରେ ଓସିପିଏଲ୍‌ର ସଫଳତା

ଭୁବନେଶ୍ବର: ଓଡ଼ିଶା କୋଲ୍‌ ଆଣ୍ଡ୍ ପାୱାର୍ ଲିମିଟେଡ୍ (ଓସିପିଏଲ୍) ଦେଶର ଘୋର କୋଇଲା ସଂକଟ ସମୟରେ ନିଜର ଉତ୍କର୍ଷ ପ୍ରତିପାଦିତ କରିଛି। ଓସିପିଏଲ୍ ଓପିଜିସି ଏବଂ ଏମ୍‌ସିଏଲ୍‌କୁ ଅଧିକ ମାତ୍ରାରେ କୋଇଲା ଉତ୍ତୋଳନ କରି ପଠାଇଛି। କୋଭିଡ କଟକଣା ସତ୍ତ୍ବେ ଓସିପିଏଲ ଏହି ବର୍ଷ ୨୩.୦୫ ଲକ୍ଷ ଟନ୍ କୋଇଲା ଉତ୍ପାଦନ କରି ସାରିଛି। କୋଭିଡ କଟକଣା ଏବଂ ଅନେକ କର୍ମଚାରୀ କୋଭିଡ ଆକ୍ରାନ୍ତ ହେବା ଯୋଗୁ ଓସିପିଏଲ୍‌ର କୋଲ ହାଣ୍ଡଲିଙ୍ଗ ଏବଂ କର୍ମଚାରୀଙ୍କ ବାସଗୃହ ନିର୍ମାଣ ପ୍ରକଳ୍ପ କିଛି ମାତ୍ରାରେ ବିଳମ୍ବ ହୋଇଛି। ପ୍ରକଳ୍ପ ଗୁଡିକୁ ତ୍ୱରାନ୍ୱିତ କରିବା ପାଇଁ ଉପରିସ୍ଥ ଅଧିକାରୀମାନେ ଯଥାସାଧ୍ୟ ଉଦ୍ୟମ ଜାରି ରଖିଛନ୍ତି। ଓସିପିଏଲ୍‌ କୋଇଲା ଖଣି ଦେଶର ସ୍ୱଳ୍ପ କୋଇଲା ଖଣି ମାନଙ୍କ ମଧ୍ୟରୁ ଅନ୍ୟତମ ଯାହାକି ବିଗତ ବର୍ଷ ତୁଳନାରେ ୧୫୦ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି। କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ଓଡ଼ିଶା ସରକାରଙ୍କୁ ଓସିପିଏଲର ଧାର୍ଯ୍ୟ କୋଇଲା ଉତ୍ପାଦନ ଲକ୍ଷ ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି। ଏହା ବ୍ୟତୀତ ଏନ୍‌ଟିପିସି ଭଳି ସଂସ୍ଥା ଓସିପିଏଲ୍‌ର କୋଇଲା ନେବା ପାଇଁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର