ନୂଆଦିଲ୍ଲୀ : ବିଶ୍ୱର ବୃହତ୍ତମ ତୈଳ ଉତ୍ପାଦନକାରୀ ଦେଶ ସାଉଦିଆରବର ତୈଳ କୂପଗୁଡ଼ିକରେ ଗତ ଶନିବାର ହୋଇଥିବା ଡ୍ରୋନ ଆକ୍ରମଣ ପରେ ଉଭୟ ସାମରିକ ଓ ଅର୍ଥନୈତିକ ଦୃଷ୍ଟିରୁ ସ୍ଥିତି ବିଗିଡିବାରେ ଲାଗିଛି । ଏହା ଫଳରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲଦର ପ୍ରାୟ ୨୦ ପ୍ରତିଶତ ବୃଦ୍ଧି ପାଇଛି । ଏହାଫଳରେ ଭାରତ ପ୍ରଭୃତି ତୈଳ ଆମଦାନୀକାରୀ ଦେଶରେ ତେଲଦର ବୃଦ୍ଧିପାଇବାର ଆଶଙ୍କା ଦେଖାଦେଇଛି । ଭାରତରେ ପେଟ୍ରୋଲ ଓ ଡିଜେଲ ଦର ଲିଟରପିଛା ୫ରୁ ୬ ଟଙ୍କା ଲେଖାଏଁ ବଢିବ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି । ଭାରତୀୟ ବାସ୍କେଟ କ୍ରୁଡ ଅଏଲର ମୂଲ୍ୟ ଏବେ ୬୦ ଡଲାର ଥିବାବେଳେ ଆଗକୁ ତାହା ୭୦ ଡଲାର ଟପିବାର ଆଶଙ୍କା ରହିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସାଉଦିଆରବର ରାଷ୍ଟ୍ରାୟତ୍ତ ତୈଳ କମ୍ପାନିର ସାଉଦି ଆରାମକୋ ହେଉଛି ବିଶ୍ୱର ବୃହତ୍ତମ ତେଲ କମ୍ପାନି । ଶନିବାର (ଭାରତୀୟ ସମୟ)ସକାଳ ୬ଟା ୩୦ ରେ ସାଉଦି ଆରାମକୋ ତୈଳକମ୍ପାନିର ଦୁଇଟି ବିଶୋଧନାଗାର ଆବକାକ୍ ଓ ଖୁରାଇସ ଉପରେ ଡ୍ରୋନ ସାହାଯ୍ୟରେ ଆକ୍ରମଣ ହୋଇଥିଲା । ଏହା ଫଳରେ ଏହି ଦୁଇଟି ବିଶୋଧନାଗାରରେ ନିଆଁ ଲାଗିଯାଇଥିଲା । ଏହି ଆକ୍ରମଣ ପରେ ସାଉଦିର ତୈଳ ଉତ୍ପାଦନ ହ୍ରାସ ପାଇଛି ।