ପିଆଜର ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ : ୫ ଟନରୁ ଅଧିକ ପିଆଜ ରଖିପାରିବେନି ବ୍ୟବସାୟୀ

ନୂଆଦିଲ୍ଲୀ : ଦେଶ ଏବେ ପିଆଜର ଦରବୃଦ୍ଧିକୁ ନେଇ ପଡୁଛି ଉଠୁଛି । ଦେଶର ପ୍ରତି ରାଜ୍ୟରେ ପିଆଜ ଦର ଏବେ ୧୦୦ ଟଙ୍କା ନିକଟବର୍ତ୍ତି ହେଲାଣି । କେତେକ ସ୍ଥାନରେ ତ ଏହା କିଲୋ ପିଛା ୧୧୦ ଟଙ୍କା ଟପିଲାଣି । ଏହାକୁ ଦୃଷ୍ଟିରେ ରଖି ସରକାର ଜମାଖୋର ବ୍ୟବସାୟୀଙ୍କ ଉପରେ ଚଢଉ ଅବ୍ୟାହତ ରଖିଛନ୍ତି । ପିଆଜର ଷ୍ଟକ ଲିମିଟ ( ସର୍ବୋଚ୍ଚ ଗଚ୍ଛିତ ମାତ୍ରା)କୁ ସୀମିତ କରାଯାଇଛି ।

ନୂଆ ନିୟମ ଅନୁସାରେ ଜଣେ ଖୁଚୁରା ବ୍ୟବସାୟୀ ୫ ଟନ ପର୍ଯ୍ୟନ୍ତ ଓ ଜଣେ ହୋଲସେଲର ୨୫ ଟନ ପର୍ଯ୍ୟନ୍ତ ପିଆଜ ଗଚ୍ଛିତ ରଖିପାରିବେ । ଏହାଠାରୁ ଅଧିକ ରଖିଲେ କଡା କାର୍ଯ୍ୟନୁଷ୍ଠାନ ନିଆଯିବ । ଦେଶର ମୁଖ୍ୟ ପିଆଜ ଉତ୍ପାଦନକାରୀ ରାଜ୍ୟ ମହାରାଷ୍ଟ୍ର, କର୍ଣ୍ଣାଟକ ଓ ମଧ୍ୟପ୍ରଦେଶରେ ଏବର୍ଷ ଲଗାଣ ବର୍ଷା ଯୋଗୁଁ ପିଆଜ ଉତ୍ପାଦନ ହ୍ରାସ ପାଇଛି । ଏହି କାରଣରୁ ଦେଶରେ ପିଆଜ ନିଅଣ୍ଟ ହେବା ସହ ଦରବୃଦ୍ଧି ପାଇଛି । ଦେଶରେ ପିଆଜ ଉପଲବ୍ଧତା ବୃଦ୍ଧି କରିବାକୁ ସରକାର ବିଦେଶରୁ ଆମଦାନୀ କରୁଛନ୍ତି । ଇଜିପ୍ଟରୁ ଆମଦାନୀ ହୋଇଥିବା ୬୦୯୦ ଟନ ପିଆଜ ଡିସେମ୍ବର ୨ୟ ସପ୍ତାହରେ ଓ ତୁର୍କୀରୁ ମଗାଯାଇଥିବା ୧୧୦୦୦ ଟନ ପିଆଜ ଆସନ୍ତା ମାସରେ ଭାରତରେ ପହଞ୍ଚିବ ।

ସମ୍ବନ୍ଧିତ ଖବର