ଷ୍ଟାର୍ଟଅପ୍‌ଙ୍କ ପାଇଁ ବିଶ୍ବ ବଜାରରେ ପହଞ୍ଚିବା ସୁଯୋଗ

ବେଙ୍ଗାଲୁରୁ : ନିଜ ଉତ୍ପାଦ ଓ ସେବାକୁ ବିଶ୍ବ ବଜାରରେ ପହଞ୍ଚାଇବା ଲାଗି ଚାହୁଥିବା ଷ୍ଟାର୍ଟଅପ୍‌ ସଂସ୍ଥାଗୁଡ଼ିକ ଲାଗି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆସେଲ୍, ଡିଏସ୍‌ଜି କଞ୍ଜ୍ୟୁମର ପାର୍ଟନର୍ସ, ଫାୟାରସାଇଡ୍‌ ଭେଞ୍ଚର୍ସ ଓ ସେକୋଇଆ କ୍ୟାପିଟାଲ୍ ଇଣ୍ଡିଆ, ଆଞ୍ଜେଲ ନିବେଶକ କୁନାଲ୍ କପୁର ଓ ଆମାଜନ୍ ଇଣ୍ଡିଆ ପକ୍ଷରୁ ଏହି ଏନେଇ ‘ପ୍ରୋପେଲ୍ ଷ୍ଟାର୍ଟଅପ୍ ଆସେଲରେଟର’ କାର୍ଯ୍ୟକ୍ରମର ଦ୍ବିତୀୟ ସିଜନ୍ ଆରମ୍ଭ କରାଯାଇଛି। ଏଥିରେ ଅଂଶଗ୍ରହଣ କରିବାକୁ ଥିବା ଷ୍ଟାର୍ଟଅପ୍‌ଗୁଡ଼ିକ ପାଇଁ ଆମାଜନ୍‌ ଠାରୁ ବିନା ମୂଲ୍ୟରେ ୧,୦୦,୦୦୦ ଡଲାରର ଇକ୍ବିଟି ଅନୁଦାନ ଏବଂ ୧୦,୦୦୦ ଡଲାରର ଏଡବ୍ଲୁଏସ୍‌ କ୍ରେଡିଟ୍‌ ହାସଲ କରିବାର ସୁଯୋଗ ରହିବ। କୁନାଲ କପୁର ଏହି କାର୍ଯ୍ୟକ୍ରମର ମେଣ୍ଟର ଭାବେ କାର୍ଯ୍ୟ କରୁଛନ୍ତି। ଷ୍ଟାର୍ଟଅପ୍‌ଗୁଡ଼ିକ ଭିସିଙ୍କ ସାମ୍ନାରେ ନିଜର ସେବା ଓ ଉତ୍ପାଦଗୁଡ଼ିକୁ ଉପସ୍ଥାପନ କରିବା ସ‌ୁଯୋଗ ପାଇବେ।

ସମ୍ବନ୍ଧିତ ଖବର