ପୁରୁଣା ପେନ୍‌ସନ୍‌ ସ୍କିମ୍ ଲାଗୁ କଲା ପଞ୍ଜାବ

ନୂଆଦିଲ୍ଲୀ : କର୍ମଚାରୀମାନଙ୍କୁ ଦୀପାବଳି ଉପହାର ସ୍ବରୂପ ପୁରୁଣା ପେନ୍‌ସନ୍‌ ସ୍କିମ୍ ଲାଗୁ କରିବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ଘୋଷଣା କରିଛନ୍ତି। ଆଜିଠାରୁ ସେହି ସ୍କିମ୍ ଲାଗୁ ହୋଇଛି ବୋଲି ସେ କହିଛନ୍ତି। ୨୦୦୪ରେ କର୍ମଚାରୀମାନଙ୍କୁ ଏହି ସ୍କିମ୍‌ର ସାମିଲ କରିବାକୁ ମନା କରାଯାଇଥିଲା। ପୁରୁଣା ବ୍ୟବସ୍ଥା ପୁଣି ଥରେ ଲାଗୁ କରିବାକୁ ବହୁ ଦିନରୁ ଦାବି ହେଉଥିଲା। ଆମେ ତାହାକୁ ଲାଗୁ କରିଛୁ। ଏହା ଏକ ଐତିହାସିକ ନିଷ୍ପତ୍ତି ଓ ଆମ କର୍ମଚାରୀଙ୍କ ପାଇଁ ଶ୍ରେଷ୍ଠ ଦୀପାବଳି ଉପହାର ବୋଲି ସେ କହିଛନ୍ତି। ଆମ୍‌ ଆଦ୍‌ମି ପାର୍ଟି (ଆପ୍‌)ର ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ କହିବାନୁସାରେ ପ୍ରତିଶ୍ରୁତିକୁ ଆମେ ପାଳନ କରିଛୁ ବୋଲି ଶ୍ରୀ ମାନ୍ କହିଛନ୍ତି। ଏହା ପୂର୍ବରୁ ରାଜସ୍ଥାନ, ଛତିଶଗଡ଼ ଓ ଝାଡ଼ଖଣ୍ଡ ପୁରୁଣା ପେନ୍‌ସନ୍ ସ୍କିମ୍ ଲାଗୁ କରିବା ବିଷୟରେ ଘୋଷଣା କରିଥିଲେ। ନିର୍ବାଚନ ଜିତିଲେ ପୁରୁଣା ପେନ୍‌ସନ୍ ସ୍କିମ୍ ଲାଗୁ କରିବୁ ବୋଲି ହିମାଚଳପ୍ରଦେଶରେ କଂଗ୍ରେସ ନିର୍ବାଚନୀ ପ୍ରତିଶ୍ରୁତି ଦେଇଛି।

ସମ୍ବନ୍ଧିତ ଖବର