ଭାରତକୁ ଆସିଲା କିମ୍ବଦନ୍ତୀ କାର୍‌ ରୋଲସ୍‌ ରଏସ୍‌ ଫାଣ୍ଟମ୍‌ର ନୂଆ ମଡେଲ୍‌, ଦାମ୍ ୧୧.୩୫ କୋଟିରୁ ଆରମ୍ଭ

ନୂଆଦିଲ୍ଲୀ : ରୋଲସ୍‌-ରଏସ୍‌ କୁ ବିଶ୍ୱର ଏକ ସବୁଠାରୁ ସମ୍ମାନଜନକ କାର୍‌ ବ୍ରାଣ୍ଡର ମାନ୍ୟତା ଦିଆଯାଏ । ବିଗତ ପ୍ରାୟ ଏକ ଶହ ବର୍ଷ ଧରି ଏହା ରାଜାମହାରାଜା, ଶିଳ୍ପପତି, ଚଳଚ୍ଚିତ୍ର ତାରକା ଓ ଧନୀକ ବର୍ଗ ଲୋକଙ୍କ ପାଇଁ ଶାନ୍‌ର ପ୍ରତୀକ ଭାବେ ରହିଆସିଛି ।

ଭାରତରେ ରୋଲସ୍‌-ରଏସ୍‌ ଗାଡି ରାଜାମହାରାଜାଙ୍କ ପ୍ରଥମ ପସନ୍ଦ ପାଲଟିଛି। ୧୯୦୮ ମସିହାରେ ଗୋୱାଲିୟର ମହାରାଜା ବମ୍ବେ-କୋହ୍ଲାପୁର ର‍୍ୟାଲିରେ ବିଜୟ ଲାଭ କରିଥିବା ରୋଲସ୍‌-ରଏସ୍‌ ଗାଡି କ୍ରୟ କରିଥିଲେ। ଏହା ଭାରତୀୟଙ୍କ ରାଜକୀୟ ମନୋଭାବକୁ ରୁଦ୍ଧିମନ୍ତ କରିପାରୁଛି ।

୧୯୨୫ମସିହାଠାରୁ ଫ୍ୟାଣ୍ଟମ୍‌ ବିଶ୍ୱସ୍ତରରେ ସମସ୍ତଙ୍କର ପସନ୍ଦ ପାଲଟିପାରିଛି। ଗତ ୯୨ ବର୍ଷ ଧରି ବଜାରରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି । ରୋଲସ୍‌-ରଏସ୍‌ ବିଳାସପୂର୍ଣ୍ଣ ଗାଡି ମଧ୍ୟରେ ନିଜର ସ୍ଥିତି ସୁଦୃଢ଼ କରିପାରିଛି। ଅଲ ନିୟୁ ଫ୍ୟାଣ୍ଟମ୍‌ରେ ୬.୭୫ ଲିଟର ଟୁଇନ୍‌ ଟର୍ବୋ ଚାର୍ଜଡ୍‌ ଭି-୧୨ ଇିନ୍‌, ୫୬୩ ଏଚ୍‌ପି ଏବଂ ୯୦୦ ଏନ୍‌ଏମ୍‌ ଟର୍କ, ୧,୭୦୦ ଆର୍‌ପିଏମ୍‌, ଏହା ୦-୧୦୦ କିମି/ଘଣ୍ଟା ମାତ୍ର ୫.୩ ସେକେଣ୍ଡରେ ହାସଲ କରିପାରିଥାଏ। ଏଥିରେ ୮ ସ୍ପିଡ୍‌ ସାଟେଲାଇଟ୍‌ ଏଡେଡ୍‌ ଟ୍ରାନ୍ସମିସନ୍‌ ରହିଛି। ଏଥିରେ ଷ୍ଟେରିଓ କ୍ୟାମେରା ସିଷ୍ଟମ୍‌ ତଥା ରାତିରେ ୬୦୦ ମିଟର ପର୍ଯ୍ୟନ୍ତ ଉଜ୍ୱଳ ଆଲୋକ ଉପଲବ୍ଧ କରୁଥିବା ଉନ୍ନତ ଜ୍ଞାନକୌଶଳର ରହିଛି। ପ୍ୟାଣ୍ଟମ୍‌ ଷ୍ଟାଣ୍ଡାର୍ଡ ହ୍ଵିଲ୍‌ବେସ୍‌ର ମୂଲ୍ୟ ୯.୫ କୋଟି ଟଙ୍କା ଥିବାବେଳେ ପ୍ୟାଣ୍ଟମ୍‌ ଏକ୍ସଟେଣ୍ଡେଡ୍‌ ହ୍ଵିଲ୍‌ବେସ୍‌ର ମୂଲ୍ୟ ୧୧.୩୫ କୋଟି ଟଙ୍କା ରହିଛି। ଏହା ଉପରେ ୪ ବର୍ଷର ସର୍ଭିସ୍‌ ପ୍ୟାକେଜ୍‌ ସହିତ ରିଜିଓନାଲ୍‌ ୱାରେଣ୍ଟି, ୨୪ ଘଣ୍ଟିଆ ରୋଡ୍‌ ସାଇଡ୍‌ ସହାୟତା ଉପଲବ୍ଧ ହେଉଛି।

ସମ୍ବନ୍ଧିତ ଖବର