ସାହାରା ଇଣ୍ଡିଆକୁ ପୁଣି ଝଟକା ଦେଲା ସେବି

ନୂଆଦିଲ୍ଲୀ: ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ(ସେବି) ସାହାରା ଇଣ୍ଡିଆ ଫାଇନାନସିଆଲ କର୍ପୋରେସନ ଲିମିଟେଡର ପଞ୍ଜୀକରଣ ପ୍ରମାଣପତ୍ରକୁ ରଦ୍ଦ କରିଦେଇଛି | ଏହା ପଛରେ ସଠିକ୍ ଏବଂ ଉପଯୁକ୍ତ ମାନଦଣ୍ଡ ପୂରଣ କରିବାରେ ସାହାରା ଇଣ୍ଡିଆ ଫାଇନାନ୍ସିଆଲ୍ କର୍ପୋରେଟର ବିଫଳତା ଥିବା ସେବି ଦର୍ଶାଇଛି । ସାହାରା ଇଣ୍ଡିଆ ଆର୍ଥିକ କାରବାର ନିୟମକୁ ଉଲ୍ଲଂଘନ କରିଛି କି ନାହିଁ ତାହା ଜାଣିବା ପାଇଁ ସେବି ୨୦୧୮ ରେ ଜଣେ ଅଧିକାରୀଙ୍କୁ ନିଯୁକ୍ତ କରିଥିଲା | ନିଯୁକ୍ତ ଅଧିକାରୀଙ୍କ ରିପୋର୍ଟ ଅନୁଯାୟୀ ପ୍ରତିଭୂତି ମାର୍କେଟ ପାଇଁ ସାହାରା ଇଣ୍ଡିଆ ଫାଇନାନସିଆଲ୍ ଏକ ଉପଯୁକ୍ତ ୟୁନିଟ୍ ନୁହେଁ। ଏହି କମ୍ପାନୀରେ ସୁବ୍ରତ ରାୟ ଜଣେ ସେୟାର ଧାରକ ହୋଇଥିବାବେଳେ ସେବି କହିଛି ଯେ ସିକ୍ୟୁରିଟି ମାର୍କେଟର ଅଖଣ୍ଡତା ବଜାୟ ରଖିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି |

ବୁଧବାର ଦିନ ଜାରି କରାଯାଇଥିବା ୧୨ ପୃଷ୍ଠାର ଆଦେଶରେ ସେବି କହିଛି ଯେ ନିୟମାବଳୀ ଅନୁଯାୟୀ ସାହାରା ଇଣ୍ଡିଆ ଫାଇନାନସିଆଲ କର୍ପୋରେସନ ଲିମିଟେଡ ଏକ ଉପଯୁକ୍ତ ୟୁନିଟ୍ ନୁହେଁ ବୋଲି ଜଣାପଡିଛି | ମ୍ୟୁଚୁଆଲ୍ ଫଣ୍ଡ୍ ନିୟମାବଳୀ ଅନୁଯାୟୀ, କମ୍ପାନୀ ତଥା ଏହାର ପ୍ରମୁଖ ପରିଚାଳକ ବ୍ୟକ୍ତି କିମ୍ବା କମ୍ପାନୀକୁ ନିୟନ୍ତ୍ରଣ କରୁଥିବା ପ୍ରମୁଖ ବ୍ୟକ୍ତି ଉପଯୁକ୍ତ ବୋଲି ବିବେଚନା କରିବା ଆବଶ୍ୟକ |

ଏହି ଆଦେଶରେ ଅନ୍ୟ ସାହାରା କମ୍ପାନୀଗୁଡିକ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ବାବଦରେ ଉଲ୍ଲେଖ କରାଯାଇଛି। ଏଥିସହ ସେବି, ସାହାରା ଗ୍ରୁପ୍‌ର ଦୁଇଟି ସଂସ୍ଥା (ସାହାରା ଇଣ୍ଡିଆ ରିଏଲ୍ ଇଷ୍ଟେଟ୍ କର୍ପୋରେସନ୍ ଲିମିଟେଡ୍ ଏବଂ ସାହାରା ହାଉସିଂ ଇନଭେଷ୍ଟମେଣ୍ଟ କର୍ପୋରେସନ୍ ଲିମିଟେଡ୍) ସହିତ ଜଡିତ ମାମଲା ବାବଦରେ ମଧ୍ୟ ରିପୋର୍ଟରେ ଉଲ୍ଲେଖ ରହିଛି |

ସମ୍ବନ୍ଧିତ ଖବର