ମୁମ୍ବାଇ : ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ଏଫ୍ଡି ସୁଧରେ ୦.୪୦ ପ୍ରତିଶତ ହ୍ରାସ କରାଯାଇଛି। ଏହି ନୂତନ ସୁଧ ଆଜିଠାରୁ ଲାଗୁ କରାଯାଇଛି। ଚଳିତ ମାସରେ ଦ୍ବିତୀୟ ଥର ଲାଗି ଷ୍ଟେଟ୍ ବ୍ୟାଙ୍କ ଏହାର ଏଫ୍ଡି ସୁଧ କମ୍ କରିଛି। ଆଜି ସୁଧରେ କରାଯାଇଥିବା ହ୍ରାସ ପରେ ଷ୍ଟେଟ୍ ବ୍ୟାଙ୍କର ୧-୨ ବର୍ଷିଆ ଏଫ୍ଡି ଉପରେ ୫.୧ ପ୍ରତିଶତ, ୩-୫ ବର୍ଷିଆ ଏଫ୍ଡିରେ ୫.୩ ପ୍ରତିଶତ ଓ ୧୦ ବର୍ଷ ପର୍ଯ୍ୟନ୍ତ ଅବଧିର ଏଫ୍ଡିରେ ୫.୪ ପ୍ରତିଶତ ସୁଧ ମିଳିବ। ସବୁ ପ୍ରକାର ଅବଧିର ଏଫ୍ଡି ସୁଧକୁ ଷ୍ଟେଟ୍ ବ୍ୟାଙ୍କ କମ୍ କରିଛି। ଏଭଳିକି ବରିଷ୍ଠ ନାଗରିକମାନଙ୍କ ଏଫ୍ଡି ସୁଧ ମଧ୍ୟ ହ୍ରାସ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୂର୍ବରୁ ୧-୨ ବର୍ଷ ଅବଧିର ଏଫ୍ଡି ଉପରେ ବ୍ୟାଙ୍କ ୫.୫ ପ୍ରତିଶତ ସୁଧ ଦେଉଥିଲା। ବରିଷ୍ଠ ନାଗରିକମାନେ ଏହି ଅବଧିର ଏଫ୍ଡି ଉପରେ ୬ ପ୍ରତିଶତ ସୁଧ ପାଉଥିଲେ। ସେମାନେ ଆଗକୁ ୫.୬ ପ୍ରତିଶତ ସୁଧ ପାଇବେ। ସେହିପରି ୨-୩ ବର୍ଷ ଅବଧିର ଏଫ୍ଡି ଉପରେ ସୁଧ ହାର ମଧ୍ୟ ୫.୫ ପ୍ରତିଶତ ଥିଲା ଯାହା ୫.୧ ପ୍ରତିଶତକୁ ହ୍ରାସ ପାଇଛି। ବରିଷ୍ଠ ନାଗରିକମାନେ ଏହି ଅବଧିର ଏଫ୍ଡି ଉପରେ ପୂର୍ବରୁ ୬ ପ୍ରତିଶତ ସୁଧ ପାଉଥିଲେ। କିନ୍ତୁ ଆଗାମୀ ଦିନରେ ୫.୬ ପ୍ରତିଶତ ସୁଧ ପାଇବେ। ତିନିରୁ ପାଞ୍ଚ ବର୍ଷର ଅବଧିର ଏଫ୍ଡି ଉପରେ ବ୍ୟାଙ୍କ ପୂର୍ବରୁ ୫.୭ ପ୍ରତିଶତ ସୁଧ ଦେଉଥିଲା ଯାହାକୁ ୫.୩ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିଛି। ବରିଷ୍ଠ ନାଗରିକମାନେ ଏହି ଅବଧିର ଏଫ୍ଡି ଉପରେ ୬.୨ ପ୍ରତିଶତ ପରିବର୍ତେ ୫.୮ ପ୍ରତିଶତ ସୁଧ ପାଇବେ। ୫-୧୦ ବର୍ଷ ଅବଧିର ଏଫ୍ଡି ଉପରେ ସୁଧ ହାର ସାଧାରଣ ଗ୍ରାହକଙ୍କ ପାଇଁ ୫.୭ ପ୍ରତିଶତରୁ ହ୍ରାସ ପାଇ ୫.୪ ପ୍ରତିଶତ ହୋଇଛି।