ସେନ୍‌ସେକ୍ସରେ ୭୭୩ ପଏଣ୍ଟ୍‌ ହ୍ରାସ

ମୁମ୍ବାଇ : ଆମେରିକାର ‌କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ୍ ରିଜର୍ଭ ସୁଧ ବଢ଼ାଇବା ବିଷୟରେ ବିଚାର କରୁଥିବା ଖବର ପ୍ରଚାର ହେବା ପରେ ନିବେଶକମାନେ ଭୟଭୀତ ହୋଇ ସେୟାର ବିକ୍ରି କରିଛନ୍ତି। ଏହାର ପ୍ରଭାବରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍‌ର ସୂଚକାଙ୍କ ସେନ୍‌ସେକ୍ସ ଆଜି ୭୭୩ ପଏଣ୍ଟ୍ ହ୍ରାସ ପାଇ ୫୮,୧୫୩ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଫଳରେ ନିବେଶକମାନେ ଆଜି ୩.୯ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ଆମେରିକା ସୁଧ ବଢ଼ାଇଲେ ତାହାର ପ୍ରଭାବରେ ନିବେଶକମାନେ ଭାରତ ଭଳି ଦେଶରୁ ପାଣ୍ଠି ପ୍ରତ୍ୟାହାର କରିନେବାର ଆଶଙ୍କା ରହିଛି। ସେଥିପାଇଁ ନିବେଶକମାନେ ଭୟଭୀତ ହୋଇପଡ଼ିଛନ୍ତି। ଆଜି ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍‌ର ନିଫ୍‌ଟି ମଧ୍ୟ ୨୩୧ ପଏଣ୍ଟ୍‌ ହ୍ରାସ ସହ ୧୭,୩୭୫ ପଏଣ୍ଟ୍‌ରେ ବନ୍ଦ ହୋଇଛି।

ସମ୍ବନ୍ଧିତ ଖବର