ଷ୍ଟେଟ୍‌ ବ୍ୟାଙ୍କର ଏସ୍‌ଏଚ୍‌ଜି ଋଣ ମେଳା

ଭୁବନେଶ୍ବର: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ପକ୍ଷରୁ ନୟାଗଡ଼ ଜିଲ୍ଲା ଗ୍ରାମୀଣ ଉନ୍ନୟନ ସଂସ୍ଥାରେ ଥିବା ସୃଜନ ପ୍ରେକ୍ଷାଳୟରେ ଏକ ଜିଲ୍ଲାସ୍ତରୀୟ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳା ପାଇଁ ଜିଲ୍ଲାର ୧୦ଟି ଶାଖା ତରଫରୁ ୬୫୦ ଏସ୍‌ଏଚ୍‌ଜିଙ୍କୁ ୧୪.୩୦ କୋଟି ଟଙ୍କାର ନୂତନ ଏବଂ ନବୀକରଣ ଋଣ ପ୍ରଦାନ କରାଯାଇଛି। ସେଥି ମଧ୍ୟରୁ ୩୯ ଏସ୍‌ଏଚ୍‌ଜିକୁ ଅତିଥିମାନେ ମଞ୍ଚରେ ଋଣ ପ୍ରଦାନ କରିଥିଲେ। ଏଥିରେ ଷ୍ଟେଟ୍‌ ବ୍ୟାଙ୍କ ଭୁବନେଶ୍ବର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ ବିଦ୍ୟା କୃଷ୍ଣାନ ମୁଖ୍ୟ ଅତିଥି, ଓ ନୟାଗଡ଼ ଜିଲ୍ଲାପାଳ ଡକ୍ଟର ପେମା ଟୁଡୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହା ବ୍ୟତୀତ ବ୍ୟାଙ୍କର ନେଟ୍‌ୱର୍କ-୧ ମହାପ୍ରବନ୍ଧକ ଅଭୟ କିଶୋର ପାଣ୍ଡେ, ଜୋନ୍-୧ ଉପ ମହାପ୍ରବନ୍ଧକ ଆନନ୍ଦ ବିକ୍ରମ, କୃଷି ବ୍ୟବସାୟ ବିଭାଗ ଉପ ମହାପ୍ରବନ୍ଧକ ସୁନିଲ ଖାଇର୍ନାର, ନୟାଗଡ଼ ଜିଲ୍ଲା ଗ୍ରାମୀଣ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ସୁବାଷ ଚନ୍ଦ୍ର ରାୟ ଏବଂ ଖୋର୍ଦ୍ଧା-ନୟାଗଡ଼ ଅଂଚଳର ଆଞ୍ଚଳିକ ମହାପ୍ରବନ୍ଧକ ରୂ‌ପଦେବ ପ୍ରଧାନ ଅତିଥି ଭା‌ବେ ଯୋଗ ଦେଇଥିଲେ। ଏହା ବ୍ୟତୀତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ବ୍ୟାଙ୍କ ତରଫରୁ କୋଭିଡ୍‌ ସାମଗ୍ରୀ ପ୍ରଦାନ କରାଯାଇଛି ଓ ସମର୍ପଣ ବୃଦ୍ଧାଶ୍ରମକୁ ଫ୍ରିଜ୍ ଓ ବସ୍ତ୍ର ଦାନ କରାଯାଇଛି।

ସମ୍ବନ୍ଧିତ ଖବର