ଆର୍‌ଡେଣ୍ଟ୍‌ ଷ୍ଟିଲ୍‌ ସ୍ଥାପନ କରିବ ଇସ୍ପାତ କାରଖାନା

ଭୁବନେଶ୍ୱର,: କେନ୍ଦୁଝର ଜିଲ୍ଲାରେ ଆର୍‌ଡେଣ୍ଟ୍‌ ଷ୍ଟିଲ୍‌ ଏକ ୧.୨ ନିୟୁତ ଟନ୍‌ ଉତ୍ପାଦନ କ୍ଷମତା ବିଶିଷ୍ଟ ସମନ୍ଵିତ ଇସ୍ପାତ କାରଖାନା ସ୍ଥାପନ କରିବ। ଏହି ପ୍ରକଳ୍ପ ପାଇଁ ୪୩୩ ଏକର ଜମି ଦରକାର। ଜମି ହାସଲ କରିବା ପାଇଁ କଂପାନି ପକ୍ଷରୁ ଇଡ୍‌କୋ ପାଖରେ ଟଙ୍କା ଜମା କରାଯାଇଛି। ପରିବେଶ ଅନୁମୋଦନ ପାଇଁ ମଧ୍ୟ ଆବେଦନ କରାଯାଇଛି ବୋଲି କଂପାନିର ନିର୍ଦେଶକ ଡକ୍ଟର ଶୁଭାଶିଷ ଦାସ କହିଛନ୍ତି। ସେହିପରି, ଅନେକ ଦିନ ଅଚଳ ହୋଇ ପଡ଼ି ରହିବା ପରେ କଂପାନିର ପେଲେଟ୍‌ ଷ୍ଟିଲ୍‌ ପ୍ଲାଣ୍ଟ୍‌ କାର୍ଯ୍ୟକ୍ଷମ ହୋଇଛି। କଂପାନି କ୍ଷମତାର ୯୮% ଉପଯୋଗ କରିବାର ରେକର୍ଡ କରିଛି ବୋଲି କଂପାନିର ଅନ୍ୟତମ ନିର୍ଦେଶକ ସଞ୍ଜୟ ଗୁପ୍ତା କହିଛନ୍ତି। ସେ କହିଛନ୍ତି ଯେ, ଆର୍‌ଡେଣ୍ଟ୍‌ ଷ୍ଟିଲ୍‌ ସାମାଜିକ ଦାୟିତ୍ୱବୋଧ ପ୍ରତି ପ୍ରତିଶ୍ରୁତିବଦ୍ଧ। ଏହା ଗରିବ, ନିରାଶ୍ରୟ ଓ ବୃଦ୍ଧବୃଦ୍ଧାମାନଙ୍କୁ ସହାୟତା ରାଶି ପ୍ରଦାନ କରୁଛି। କେନ୍ଦୁଝର ଜିଲ୍ଲାର ତିନିଟି ବ୍ଲକ୍‌ର ୨୫ଟି ସ୍କୁଲ୍‌ରେ ଥିବା ୨୫୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କଂପାନି ବେତନ ପ୍ରଦାନ କରୁଛି ବୋଲି ସେ କହିଛନ୍ତି। ମେଧାବୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଆମେ ଆର୍ଥିକ ସହାୟତା ପ୍ରଦାନ କରୁଛୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର