୫୦୦ ପରିବାରକୁ ଜେଏସ୍‌ପି ଫାଉଣ୍ଡେସନର ସହାୟତା

ଭୁବନେଶ୍ବର : ଆର୍ଥିକ ସ୍ତରରେ ଦୁର୍ବଳ ପରିବାରକୁ ଗୃହ ନିର୍ମାଣରେ ସହାୟତା ଯୋଗାଇବା ପାଇଁ ଜିନ୍ଦଲ୍‌ ଷ୍ଟିଲ୍‌ ଆଣ୍ଡ ପାୱାର (ଜେଏସ୍‌ପି)ର ସିଏସ୍‌ଆର୍‌ ଶାଖା ଜେଏସ୍‌ପି ଫାଉଣ୍ଡେସନ୍ ପକ୍ଷରୁ ‘ପ୍ରୋଜେକ୍ଟ ଆସିଆନା’ ଆରମ୍ଭ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଏହି ପ୍ରକଳ୍ପ ଅଧୀନରେ ସହାୟତା ପାଇଁ ୫୨୯ ପରିବାରକୁ ଚିହ୍ନଟ କରାଯାଇଛି।

ଅନୁଗୁଳ, ରାଇଗଡ, ବଡବିଲ, ଟେନ୍‌ସା, ଭୁବନେଶ୍ୱର ଏବଂ ନୂଆଦିଲ୍ଲୀରେ ଆୟୋଜିତ ଏକ ହାଇବ୍ରିଡ କାର୍ଯ୍ୟକ୍ରମରେ ଏହି ପ୍ରକଳ୍ପକୁ ଶୁଭାରମ୍ଭ କରି ଫାଉଣ୍ଡେସନର ଚେୟାରପର୍ସନ ଶାଲୁ ଜିନ୍ଦଲ କହିଥିଲେ ଯେ ପ୍ରତ୍ୟେକ ପରିବାର ପାଇଁ ବାସଗୃହ ଏକ ସ୍ୱପ୍ନ। ଲୋକଙ୍କ ଜୀବନ ଶୈଳୀରେ ଉନ୍ନତି ଆଣିବାକୁ ଜେଏସ୍‌ପି ଫାଉଣ୍ଡେସନ ନିରନ୍ତର ପ୍ରୟାସ କରିଆସୁଛି। ‘ପ୍ରୋଜେକ୍ଟ ଆସିଆନା’ ଲୋକମାନଙ୍କ ସ୍ୱପ୍ନର ଘର ନିର୍ମାଣ କରିବାରେ ସହାୟତା ପ୍ରଦାନ କରୁଛି। ଏହି ପ୍ରକଳ୍ପ ଅଧୀନରେ ଭାରତର ୧୩ଟି ରାଜ୍ୟରୁ ମୋଟ ୫୨୯ ପରିବାରକୁ ଆର୍ଥିକ ସହାୟତା ପାଇଁ ଚୟନ କରାଯାଇଛି। କାର୍ଯ୍ୟକ୍ରମ ସମୟରେ ସେମାନଙ୍କୁ ଆର୍ଥିକ ଅନୁଦାନ ପାଇଁ ଆୱାର୍ଡ ଲେଟର ପ୍ରଦାନ କରଯାଇଥିଲା। ପ୍ରୋଜେକ୍ଟ ଆସିଆନା ଅଧୀନରେ ମନୋନୀତ ପରିବାରକୁ ୨,୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଫାଉଣ୍ଡେସନର ମୂଲ୍ୟାଙ୍କନ ଉପରେ ଆଧାର କରି ସେମାନଙ୍କ ବାସଗୃହ ତଥା ଶୌଚାଳୟ, ପାନୀୟ ଜଳ ଏବଂ ବିଦ୍ୟୁତ୍‌କରଣ ଭଳି ସୁବିଧା ନିର୍ମାଣ କରିବା ପାଇଁ ଏହି ସହାୟତା ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର