ଆଜି ସୁପ୍ରିମ୍‌ କୋର୍ଟରେ ଟାଟା-ସାଇରସ୍‌ ମାମଲାର ରିଭ୍ୟୁ ପିଟିସନ୍ ଶୁଣାଣି

ନୂଆଦିଲ୍ଲୀ : ଟାଟା ଗ୍ରୁପ୍ ଓ ଏହାର ପୂର୍ବତନ ଅଧ୍ୟକ୍ଷ ସାଇରସ୍‌ ମିସ୍ତ୍ରୀଙ୍କ ମଧ୍ୟରେ ରହିଥିବା ବିବାଦର ଶୁଣାଣି କରି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଟାଟା ସପକ୍ଷରେ ରାୟ ଦେଇଥିଲେ। ସେହି ରାୟର ପୁନର୍ବିଚାର କରିବା ଲାଗି ଯେଉଁ ରିଭ୍ୟୁ ପିଟିସନ୍ ଦାଖଲ ହୋଇଥିଲା ତାହାର ଶୁଣାଣି ଆଜି ହେବ। ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଏନ୍‌ଭି ରମଣା, ବିଚାରପତି ଏଏସ୍‌ ବୋପନ୍ନା ଓ ବିଚାରପତି ଭି ରାମସୁବ୍ରମଣିଅମ୍‌ ଏହି ମାମଲାକୁ ଆଜି ବିଚାର କରିବେ।

୨୦୧୬ ଅକ୍ଟୋବରରେ ଟାଟା ସନ୍ସର ଅଧ୍ୟକ୍ଷ ପଦରୁ ଏକ ବିବାଦୀୟ ପରିସ୍ଥିତିରେ ସାଇରସ୍‌ଙ୍କୁ ବିଦା କରାଯାଇଥିଲା। ଏହା ପରେ ଧୀରେ ଧୀରେ ତାଙ୍କୁ ଟାଟା ଗ୍ରୁପ୍‌ର ବିଭିନ୍ନ ସଂସ୍ଥାର ନିର୍ଦେଶକ ପଦରୁ ହଟାଇ ଦିଆଯାଇଥିଲା। ଯେଉଁଭଳି ଢଙ୍ଗରେ ବିଦା କରାଗଲା ତାହାକୁ ସାଇରସ୍‌ କୋର୍ଟରେ ଚ୍ୟାଲେଞ୍ଜ୍‌ କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ନ୍ୟାସନାଲ୍ କଂପାନି ଲ’ ଟ୍ରିବ୍ୟୁନାଲ୍ (ଏନ୍‌ସିଏଲ୍‌ଟି) ସାଇରସ୍‌ଙ୍କ ସପକ୍ଷରେ ରାୟ ଦେଇଥିଲେ ଯାହାକୁ ପରେ ସୁପ୍ରିମ୍‌ କୋର୍ଟ ବଦଳାଇ ଦେଇଥିଲେ।

ସମ୍ବନ୍ଧିତ ଖବର