ଟାଟା କ୍ୟାପିଟାଲ୍‌ର ଆଧାର ଭିତ୍ତିକ ଇ-କେଓ୍ଵାଇସି

ମୁମ୍ବାଇ: ଟାଟା କ୍ୟାପିଟାଲ୍‌ ପକ୍ଷରୁ ଋଣ ଗ୍ରହୀତାଙ୍କ ପାଇଁ ଆଧାର ଭିତ୍ତିକ ଇ-କେଓ୍ଵାଇସି ପ୍ଲାଟଫର୍ମ ଆରମ୍ଭ କରାଯାଇଛି। ଏହା ସୁବିଧାଜନକ ଏବଂ କାଗଜବିହୀନ। କଂପାନି ପକ୍ଷରୁ ବ୍ୟକ୍ତିଗତ ଓ କଞ୍ଜ୍ୟୁମର ଡ୍ୟୁରେବଲ୍‌ ଋଣ ପାଇଁ ଏହି ବ୍ୟବସ୍ଥା ଲାଗୁ କରାଯାଇଛି। ଗ୍ରାହକଙ୍କ ସମ୍ମତିରେ ଏହି କାଗଜନିବହୀନ ପ୍ର୍ରକ୍ରିୟା ହେଉଛି ୟୁଆଇଡିଏଆଇର ଆଧାର ଡାଟାବେସ୍‌କୁ ବ୍ୟବହାର କରି ଦୁଇଟି ସହଜ ସୋପାନର ବାୟୋମେଟ୍ରିକ୍‌ ସ୍ୱୀକୃତି ମିଳୁଛି। ଏ ସମ୍ପର୍କରେ କଂପାନିର ମୁଖ୍ୟ ଅପରେଟିଂ ଅଧିକାରୀ ଗୋବିନ୍ଦ ଶଙ୍କରନାରାୟଣନ କହିଛନ୍ତି ଯେ ଭାରତରେ ଡିଜିଟାଲ ମିତବ୍ୟୟୀ ଗ୍ରାହକଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ଏବଂ ଲୋକମାନଙ୍କଠାରେ ଅଧିକ ଋଣ ନେବା କ୍ଷମତା ମଧ୍ୟ ବଢ଼ିଛି। ଋଣ ପ୍ରଦାନ ପ୍ରକ୍ରିୟାର ସରଳୀକରଣ ପାଇଁ ଆଧାର ଭିତ୍ତିକ ଇ-କେଓ୍ଵାଇସି ଆରମ୍ଭ କରାଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର