ଡଲାର ତୁଳନାରେ ଟଙ୍କା ପୁଣି ଦୁର୍ବଳ

ନୂଆଦିଲ୍ଲୀ: ମୁଦ୍ରା ବିନିମୟ ବଜାରରେ ଡଲାର ତୁଳନାରେ ଟଙ୍କା ପୁଣି ଦୁର୍ବଳ ହୋଇପଡ଼ିଛନ୍ତି। ଆଜି ଏକ ସମୟରେ ଏକ ଡଲାର ମୂଲ୍ୟ ୭୭ ଟଙ୍କା ୭୯ ପଇସା ହୋଇଯାଇଥିଲା। ଅର୍ଥାତ ଆମଦାନିକାରୀ, ବ୍ୟାଙ୍କ ଆଦିଗୁଡ଼ିକୁ ଡଲାର କିଣିବା ଲାଗି ଅଧିକ ଟଙ୍କା ଗଣିବାକୁ ପଡ଼ିଥିଲା। ଟଙ୍କାର ଏଭଳି ଦୟନୀୟ ସ୍ଥିତିକୁ ଦେଖି ଭାରତୀୟ ରିଜର୍ଭ ବ୍ୟାଙ୍କ ଚିନ୍ତିତ ହୋଇପଡ଼ିବା ସହ ବଜାରରେ ହସ୍ତକ୍ଷେପ କରିବା ଆରମ୍ଭ କରିଥିଲେ। ନିଜ ପାଖରେ ଥିବା ଡଲାରକୁ ରିଜର୍ଭ ବ୍ୟାଙ୍କ ଉପଲବ୍ଧ କରାଇବାରୁ ଟଙ୍କା ମୂଲ୍ୟରେ ସୁଧାର ଘଟିଥିଲା। ମୁଦ୍ରା ବିନିମୟ ବଜାରରେ କାରବାର ଶେଷ ବେଳକୁ ଏକ ଡଲାର ମୂଲ୍ୟ ୭୭ ଟଙ୍କା ୪୭ ପଇସା ରହିଥିଲା। କିନ୍ତୁ ବ୍ଲୁମ୍‌ବର୍ଗ ଜଣାଇଛି ଯେ ଟଙ୍କା ମୂଲ୍ୟ ଆହୁରି ଦୁର୍ବଳ ଅର୍ଥାତ ୭୭.୫୬ ଟଙ୍କା ରହିଛି।

ସମ୍ବନ୍ଧିତ ଖବର