ମାଷ୍ଟରକାର୍ଡ ଉପରୁ କଟକଣା ହଟିଲା

ମୁମ୍ବାଇ: ମାଷ୍ଟରକାର୍ଡ ଉପରେ ଲଗାଯାଇଥିବା କଟକଣାକୁ ପାଖାପାଖି ବର୍ଷକ ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରତ୍ୟାହାର କରିଛି। ଡାଟା ସଂରକ୍ଷଣ ନିୟମକୁ ପାଳନ କରିବାରେ ବିଫଳ ହେବାରୁ ୨୦୨୧ ଜୁଲାଇ ୨୨ରେ ଏହି ସଂସ୍ଥା ଉପରେ ରିଜର୍ଭ ବ୍ୟାଙ୍କ କଟକଣା ଜାରି କରିଥିଲା। ନୂଆ ଗ୍ରାହକ ଯୋଡ଼ିବାକୁ କଂପାନିକୁ ବାରଣ କରାଯାଇଥିଲା। ଡାଟା ସଂରକ୍ଷଣ ନିୟମକୁ କଂପାନି ପାଳନ କରିଛି ବୋଲି ବିଶ୍ବାସ ଦେବା ପରେ ରିଜର୍ଭ ବ୍ୟାଙ୍କ କଟକଣା ହଟାଇଛି। ଆମେରିକାନ୍ ଏକ୍ସପ୍ରେସ୍ ଓ ଡାଇନର୍ସ କ୍ଲବ୍‌କୁ ମଧ୍ୟ ନୂଆ ଗ୍ରାହକ ଯୋଡ଼ିବା ଲାଗି ରିଜର୍ଭ ବ୍ୟାଙ୍କ ବାରଣ କରିଥିଲା।

ସମ୍ବନ୍ଧିତ ଖବର