କରୋନାରେ ୧,୯୫୨ ରେଳ କର୍ମଚାରୀଙ୍କ ଦେହାନ୍ତ, ପ୍ରତିଦିନ ୧୦୦୦ ସଂକ୍ରମିତ ହେଉଛନ୍ତି

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀର ପ୍ରଭାବ ସବୁ କ୍ଷେତ୍ର ଉପରେ ପଡ଼ିଛି। ସଂକ୍ରମଣ ମାମଲା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଅଧିକ ହେବାରେ ଲାଗିଛି। ଭାରତୀୟ ରେଳ ଅନୁଯାୟୀ ପ୍ରତିଦିନ ଏକ ହଜାରରୁ ଅଧିକ ରେଳ କର୍ମଚାରୀ କରୋନା ଭୂତାଣୁ ସଂକ୍ରମଣର ଶିକାର ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ରେଳବାଇର ୧୯୫୨ ଜଣ କର୍ମଚାରୀଙ୍କ ‌କରୋନାରେ ଦେହାନ୍ତ ହୋଇଛି। ରେଳ ବୋର୍ଡର ଅଧ୍ୟକ୍ଷ ସୁନୀତ ଶର୍ମା କହିଛନ୍ତି ଯେ ରେଳବାଇ କୋଭିଡ୍‌ ସଂକ୍ରମଣକୁ ସାମ୍ନା କରୁଛି। ବର୍ତ୍ତମାନ ସମୟରେ ଆମେ ଲୋକମାନଙ୍କୁ ସାହାଯ୍ୟ କରୁଛୁ, କିନ୍ତୁ ଆମ ଅବସ୍ଥା ଭଲ ନାହିଁ। ପ୍ରତିଦିନ ଆମର ୧୦୦୦ କର୍ମଚାରୀ କରୋନାରେ ସଂକ୍ରମିତ ହେଉଛନ୍ତି।

ଏହି ସ୍ଥିତିର ମୁକାବିଲା କରିବା ଲାଗି ରେଳବାଇ ପକ୍ଷରୁ ଆବଶ୍ୟକ ମେଡିକାଲ୍ ବ୍ୟବସ୍ଥା କରାଯାଇଛି। ରେଳବାଇର ଥିବା ମେଡିକାଲ୍‌ଗୁଡ଼ିକରେ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯାଇଛି। ଅକ୍ସିଜେନ୍ ବ୍ୟବସ୍ଥା ମଧ୍ୟ କରାଯାଇଛି। ବର୍ତ୍ତମାନ ସୁଦ୍ଧା କୋଭିଡ୍‌ରେ ଆକ୍ରାନ୍ତ ହୋଇ ରେଳ କର୍ମଚାରୀ ଓ ସେମାନଙ୍କ ପରିବାରର ୪୦୦୦ ସଦସ୍ୟ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। କରୋନା ମହାମାରୀର ଦ୍ବିତୀୟ ଲହରରେ ଅକ୍ସିଜେନ୍‌ର ଯେଉଁ ଅଭାବ ଦେଖାଦେଇଛି ତାହା ପୂରଣ କରିବା ଲାଗି ରେଳବାଇ ଅକ୍ସିଜେନ୍ ଏକ୍ସପ୍ରେସ୍‌ ଚଲାଇଛି। ଏହା ଗତ ଏପ୍ରିଲ୍‌ ୧୯ରୁ ମେ’ ୯ ତାରିଖ ମଧ୍ୟରେ ୨୬୮ଟି ଟ୍ୟାଙ୍କର ଜରିଆରେ ବିଭିନ୍ନ ରାଜ୍ୟରୁ ୪୨୦୦ ଟନ୍ ଅକ୍ସିଜେନ୍ ପରିବହନ କରିଛି।

ସମ୍ବନ୍ଧିତ ଖବର