ଡଲାର ସବୁଠୁ ଶକ୍ତିଶାଳୀ, ଡଲାରକୁ ଦୁର୍ବଳ କରିବା ଏକ କଷ୍ଟକର ବ୍ୟାପାର

ବିନିମୟ ମୁଦ୍ରା ଦୁର୍ବଳ ହେବା ସମସ୍ୟା ୧୯୮୦ରେ ଉପୁଜିଥିଲା

ନୂଆଦିଲ୍ଲୀ : ବିନିମୟ ମୁଦ୍ରା ଦୁର୍ବଳ ହେବା ସମସ୍ୟା କୌଣସି ଗୋଟିଏ ଦେଶ ଭିତରେ ସୀମିତ ନାହିଁ। ଭାରତଠାରୁ ଆରମ୍ଭ କରି ଜାପାନ ଓ ବ୍ରାଜିଲ୍ ପର୍ଯ୍ୟନ୍ତ ପ୍ରାୟ ସବୁ ଦେଶ ଏହି ସମସ୍ୟା ଦେଇ ଗତି କରୁଛନ୍ତି। ଭାରତ, ଚିଲି, ଘାନା, ଦକ୍ଷିଣ କୋରିଆ ଓ ଜାପାନ ଭଳି କିଛି ଦେଶ ନିଜ ମୁଦ୍ରାକୁ ସବଳ କରିବା ଲାଗି ସିଧାସଳଖ ନିଜ ଗଚ୍ଛିତ ଭଣ୍ଡାରରୁ ଡଲାର ବାହାର କରି ବ୍ୟବହାର କରୁଛନ୍ତି। ଶେଷ ଥର ପାଇଁ ଅଶି ଦଶକରେ ଏଭଳି ସମସ୍ୟା ଦେଖାଦେଇଥିଲା। ସେହି ସମୟରେ ଶକ୍ତିଶାଳୀ ଆମେରିକୀୟ ଡଲାର ସାମ୍ନାରେ ଅନ୍ୟ ସବୁ ଦେଶର ମୁଦ୍ରା ଦୁର୍ବଳ ହୋଇପଡ଼ିଥିଲା। କିନ୍ତୁ ସେହି ସମୟରେ ସ୍ଥିତି ଭିନ୍ନ ଥିଲା। ୧୯୮୫ରେ ପ୍ଲାଜା ରାଜିନାମା ଜରିଆରେ ସମସ୍ୟାର ସମାଧାନ ହୋଇଥିଲା। ସେହି ସମୟରେ ବହୁ ଦେଶର ମିଳିତ ଉଦ୍ୟମରେ ଏହି ରାଜିନାମା ସମ୍ଭବ ହୋଇଥିଲା।

ବହୁ ଦଶଦ୍ଧି ପରେ ଏବେ ଯେଉଁ ସମସ୍ୟା ଦେଖାଦେଇଛି ସେଥିରେ ଡଲାରକୁ ଦୁର୍ବଳ କରିବା ଏକ କଷ୍ଟକର ବ୍ୟାପାର। ପ୍ରଥମ ସମସ୍ୟା ହେଉଛି ସବୁ ଦେଶ ଏକତ୍ରୀତ ହେବା। ବର୍ତ୍ତମାନର ଭୂ-ରାଜନୈତିକ ପରିସ୍ଥିତି ଯାହା ସେଥିରେ କିଛି ଦେଶ କୌଣସି କାରଣ ପାଇଁ ଏକତ୍ରୀତ ହେବାର ସମ୍ଭାବନା କମ୍ ରହିଛି। ବର୍ତ୍ତମାନ ଚୀନ୍‌ ହେଉଛି ବିଶ୍ବର ଏକମାତ୍ର ଦେଶ ଯାହା ଡଲାରକୁ ସିଧାସଳଖ ମୁକାବିଲା କରୁଛି। ବୃହତ ଗଚ୍ଛିତ ବୈଦେଶିକ ମୁଦ୍ରା ଭଣ୍ଡାରକୁ ଚୀନ୍‌ ଏହାର ପ୍ରମୁଖ ଅସ୍ତ୍ର କରିଛି।

ସମ୍ବନ୍ଧିତ ଖବର