ଇସ୍ପିରିଟ୍‌ ଟୟୋଟାରେ ନୂଆ ଇନୋଭା କ୍ରିଷ୍ଟା

ଭୁବନେଶ୍ବର : ଟୟୋଟା କିର୍ଲୋସ୍କର ମୋଟର୍ସର ଅଧୀକୃତ ଡିଲରସିପ୍‌ ଇସ୍ପିରିଟ୍‌ ଟୟୋଟାରେ ନୂଆ ଇନୋଭା କ୍ରିଷ୍ଟାକୁ ଉନ୍ମୋଚନ କରାଯାଇଛି। ଏହି ଅବସରରେ ଏହାର ମାର୍କେଟିଂ ମୁଖ୍ୟ ହରିଚରଣ ସିହ୍ନା, ଶାଖା ମୁଖ୍ୟ ତାରାପ୍ରସାଦ ଆଚାର୍ଯ୍ୟ, ସିଓଓ ରାଜେଶ ଗଣ୍ଡୋତ୍ରା ଓ ଅନ୍ୟମାନେ ଉପସ୍ଥିତ ଥିଲେ। ନୂଆ ଇନୋଭା କ୍ରିଷ୍ଟାରେ ଡିଜେଲ୍‌ ଇଞ୍ଜିନ, ମାନୁଆଲ୍ ଟ୍ରାନ୍ସମିସନ, ତିନିଟି ଏୟାରବ୍ୟାଗ୍‌, ଅଡିଓ ଟଚ୍‌ ସ୍କ୍ରିନ୍, ଆପଲ୍ କାର୍‌ ପ୍ଲେ, ଆଣ୍ଡ୍ରଏଡ୍ ଅଟୋ ଓ ଉନ୍ନତ ବ୍ରେକ୍‌ ବ୍ୟବସ୍ଥା ରହିଛି। ଏହାରର ଏକ୍ସ ସୋ’ରୁମ୍ ମୂଲ୍ୟ ହେଉଛି ୧୯.୯୯ ଲକ୍ଷ ଟଙ୍କା। ଗ୍ରାହକମାନେ ୫୦ ହଜାର ଟଙ୍କା ଦେଇ ଏହାର ବୁକିଂ କରିପାରିବେ।

ସମ୍ବନ୍ଧିତ ଖବର