ବଜାରରେ ‘ଏହା’ ବ୍ରାଣ୍ଡ୍‌ର ଫଳରସ

ଉୁବନେଶ୍ୱର: ଓଡ଼ିଶାରୁ ସୃଷ୍ଟି ହୋଇଥିବା କଂପାନି ଆଗ୍ରି ଲିଙ୍କ ଫୁଡ୍‌ ପ୍ରୋସେସିଂ ପ୍ରାଇଭେଟ୍‌ ଲିମିଟେଡ୍‌ ତରଫରୁ ବଜାରରେ ‘ଏହା’ ବ୍ରାଣ୍ଡ୍‌ର ଫଳରସ ବିକ୍ରି ଆରମ୍ଭ କରାଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଆମ୍ବ ଓ ଲିଚୁର ଫଳରସ ବିକ୍ରି କରାଯିବ। ଆଗାମୀ ଦିନରେ ଆଉ ଚାରି ପ୍ରକାର ଫଳରସକୁ କଂପାନି ବଜାରରେ ଉପଲବ୍ଧ କରାଇବ ବୋଲି ଏହାର ପ୍ରତିଷ୍ଠାତା ଓ ପରିଚାଳନା ନିର୍ଦେଶକ ଲେଫଟ୍‌ନାଣ୍ଟ୍‌ କର୍ଣ୍ଣେଲ୍‌ ଅସିତ୍‌ ମହାପାତ୍ର କହିଛନ୍ତି। ୨୦୦ ଗ୍ରାମର ଫଳରସ ଦର ୧୫ ଟଙ୍କା ରହିଛି। ଏହି ଅବସରରେ କଂପାନିର ନିର୍ଦେଶିକା ଶର୍ମିଲି ମହାପାତ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର