ଟ୍ରେନ୍‌ ବିଳମ୍ବ ହେଲେ ଯାତ୍ରୀଙ୍କୁ ମିିଳିବ ଏସ୍‌ଏମ୍‌ଏସ୍‌

ନୂଆଦିଲ୍ଲୀ: ରାଜଧାନୀ ଓ ଶତାବ୍ଦୀ ଏକ୍ସପ୍ରେସ୍‌ ଯଦି ଘଣ୍ଟାଏରୁ ଅଧିକ ସମୟ ବିଳମ୍ବ ହୁଏ ତାହେଲେ ଏହାର ଯାତ୍ରୀମାନଙ୍କୁ ରେଳବାଇ ପକ୍ଷରୁ ଏସ୍‌ଏମ୍‌ଏସ୍‌ ପଠାଯିବ। ଶନିବାରଠାରୁ ନୂଆ ବ୍ୟବସ୍ଥାକୁ ରେଳବାଇ କାର୍ଯ୍ୟକାରୀ କରିଛି ବୋଲି ରେଳବାଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏବେ ଉପରୋକ୍ତ ଦୁଇଟି ଟ୍ରେନ୍‌ର ଯାତ୍ରୀଙ୍କ ପାଇଁ ଏହି ସୁବିଧା ଆରମ୍ଭ କରାଯାଇ ଥିବାବେଳେ ଆଗାମୀ ଦିନରେ ପର୍ଯ୍ୟାୟକ୍ରମେ ଅନ୍ୟ ଟ୍ରେନ୍‌ଗୁଡ଼ିକର ଯାତ୍ରୀଙ୍କ ପାଇଁ ମଧ୍ୟ ଏହି ସୁବିଧା ଆରମ୍ଭ ହେବ ବୋଲି ଜଣାଯାଇଛି। ଏବେ ପ୍ରତୀକ୍ଷା ତାଲିକାରେ ଥିବା ଯାତ୍ରୀଙ୍କୁ ବର୍ଥ ମିଳିଗଲେ ଏସ୍‌ଏମ୍‌ଏସ୍‌ ପଠାଇବା ବ୍ୟବସ୍ଥା ରହିଛି। ଯାତ୍ରୀମାନଙ୍କୁ ଏହି ସୁବିଧା ପାଇବାକୁ ହେଲେ ସେମାନଙ୍କୁ ସଂରକ୍ଷଣ ସ୍ଲିପ୍‌ରେ ସେମାନଙ୍କ ମୋବାଇଲ ନମ୍ବର ଉଲ୍ଲେଖ କରିବାକୁ ହେବ। ପ୍ରଥମେ କେତେକ ରାଜଧାନୀ ଓ ଶତାବ୍ଦୀ ଏକ୍ସପ୍ରେସ୍‌ରେ ଏହି ସେବାର ପରୀକ୍ଷା କରାଯାଇ ଦେଖାଦେଇଥିବା ତ୍ରୁଟି ଗୁଡ଼ିକୁ ଠିକ୍‌ କରାଯାଇଛି।

ସମ୍ବନ୍ଧିତ ଖବର