ଟ୍ରେଣ୍ଡ୍‌ସର ରଜ ରାଜକୁମାରୀ ଅଭିଯାନ

ଭୁବନେଶ୍ବର: ରଜ ପର୍ବକୁ ଦୃଷ୍ଟିରେ ରଖି ଅଗ୍ରଣୀ ପୋଷାକ ‌ବ୍ରାଣ୍ଡ୍‌ ଟ୍ରେଣ୍ଡ୍‌ସ ପକ୍ଷରୁ ରଜ ରାଜକୁମାରୀ ଅଭିଯାନ ଘୋଷଣା କରାଯାଇଛି। ଏହି ଅଭିଯାନରେ ଗ୍ରାହକମାନେ ୩୯୯୯ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟର ସପିଙ୍ଗ୍‌ ଉପରେ ୨୪୯ ଟଙ୍କାର ଆକର୍ଷଣୀୟ ଉପହାର ପାଇପାରିବେ। ଗ୍ରାହକମାନଙ୍କୁ ୨୦୦୦ ଟଙ୍କାର କୁପନ୍ ବି ମିଳିବ। ଏହି ଅବସରରେ ଗ୍ରାହକମାନେ ରଜ ରାଜକୁମାରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ ଓ ଆକର୍ଷଣୀୟ ପୁରସ୍କାର ଜିତିବେ। ଗ୍ରାହକମାନେ ସ୍ପିନ୍‌ ଟୁ ୱିନ୍ ଖେଳିପାରିବେ।

ଏଥି ସହିତ ରଜ ଲୁକ୍‌ ୱିଥ୍‌ ଟ୍ରେଣ୍ଡ୍‌ସ ପାଇଁ କଂପାନି ପକ୍ଷରୁ ଆବେଦନ ଆହ୍ବାନ କରାଯାଇଛି। ଗ୍ରାହକମାନେ ଟ୍ରେଣ୍ଡ୍‌ସ ରଜ ରାଜକୁମାରୀ ପୋର୍ଟାଲ୍‌ରେ କିମ୍ବା ନିଜ ଫେସବୁକ୍ ଓ ଇନଷ୍ଟାଗ୍ରାମ୍‌ରେ ରଜ ଲୁକ୍‌ ଓ ଉତ୍ସବ ପାଳନର ଭିଡିଓ ଓ ରିଲ୍‌ସକୁ ପୋଷ୍ଟ୍‌ କରିପାରିବେ।

ସମ୍ବନ୍ଧିତ ଖବର